ETV Bharat / state

ପୁରୀରେ କୋରୋନା ମହାମାରୀ ପରିଚାଳନା ସମୀକ୍ଷା ବୈଠକ - କୋରୋନା ଭାଇରସର ଦ୍ବିତୀୟ ପର୍ଯ୍ୟାୟ

ପୁରୀ ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ମହାମାରୀ ପରିଚାଳନା ସମୀକ୍ଷା ବୈଠକ
କୋରୋନା ମହାମାରୀ ପରିଚାଳନା ସମୀକ୍ଷା ବୈଠକ
author img

By

Published : Apr 23, 2021, 12:59 PM IST

ପୁରୀ: ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ କୋଭିଡ ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ ।

ଜିଲ୍ଲାରେ ବର୍ତ୍ତମାନ ୧.୭୬ ଲକ୍ଷ ଲୋକ ଟିକାକରଣରେ ସାମିଲ ହୋଇସାରିଛନ୍ତି । ଜିଲ୍ଲାରେ ୫ଟି ତଥା ପୁରୀରେ ୨ଟି, ନିମାପଡା, କୋଣାର୍କ, ବ୍ରହ୍ମଗିରିରେ ପ୍ରତ୍ୟେକ ଗୋଟିଏ କୋଭିଡ କେୟାର ସେଣ୍ଟରେ ପ୍ରାୟ ପାଞ୍ଚ ଶହ ଶଯ୍ୟା ପ୍ରସ୍ତୁତ ରହିଛି । ପ୍ରବାସୀ ଶ୍ରମିକ ଓ କୁମ୍ଭମେଳା ଫେରନ୍ତାଙ୍କ ପ୍ରତି ପ୍ରଶାସନ ନଜର ରଖିଛି । ପ୍ରତ୍ୟେକ ବ୍ଲକର PHC ଓ CHCରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ସଜାଗ ଥିବା ଜିଲ୍ଲାପାଳ କହିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା କୋଭିଡ ପରିଚାଳନା ସହ ସଂପୃକ୍ତ ଥିବା ଜିଲ୍ଲାର ସ୍ବାସ୍ଥ୍ୟ, ପଞ୍ଚାୟତରାଜ, ଶ୍ରମ, ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ସହ ସମନ୍ବୟ ରଖିବା ପାଇଁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା, ସଙ୍ଗରୋଧ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ଚିକିତ୍ସା ପାଇଁ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟର କିମ୍ବା ଭୁବନେଶ୍ବରସ୍ଥିତ କୋଭିଡ ରେଫରାଲ ହସପିଟାଲ ସହ ସମନ୍ବୟ ରକ୍ଷା କରିବା ଉପରେ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଖେଇ ଆସୁଥିବାରୁ ଏବଂ ପୁରୀ ଏକ ଧାର୍ମିକ ଓ ଐତିହ୍ୟ ସଂପନ୍ନ ଆନ୍ତର୍ଜାତିକ ସହର ହୋଇଥିବାରୁ ଜିଲ୍ଲାର ପ୍ରବେଶ ପଥ ପିପିଲି, ଚାରିଛକ, ଅସ୍ତରଙ୍ଗ, ପ୍ରୟାଗି, ପୁରୀ ରେଳ ଷ୍ଟେସନ ଓ ବସଷ୍ଟାଣ୍ତ ଉପରେ ସତର୍କ ନଜର ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ଦାସବର୍ମା ଗୁରୁତ୍ବ ଦେଇଛନ୍ତି ।

ସେହିପରି କୃଷ୍ଣପ୍ରସାଦ ବ୍ଲକର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତରେ କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ କୋଭିଡ କେୟାର ସେଣ୍ଟର ଆରମ୍ଭ ହେବ । ଏହା ସହ କୃଷ୍ଣପ୍ରସାଦର ଚିଲିକା ନୂଆପଡା CHCକୁ ଏକ ସମର୍ପିତ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଆବଶ୍ଯକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଦାସବର୍ମା ପରାମର୍ଶ ଦେଇଛନ୍ତି । ଗତବର୍ଷ କୋଭିଡ ପରିଚାଳନା ନିମନ୍ତେ ପଞ୍ଚାୟତ ସ୍ତରରେ ପ୍ରତିଷ୍ଠିତ ହୋଇଥିବା TMC ସେଣ୍ଟର ଗୁଡିକ ବର୍ତ୍ତମାନର ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରଖିବା ପାଇଁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପିଡି ଡିଆରଡିଏ ନିତିରଞ୍ଜନ ସେନ, ସିଡିଏମଓ ଡଃ ସୁଜାତା ମିଶ୍ର ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.