ETV Bharat / state

ସୋନିଆଙ୍କୁ ED ଜେରା ପ୍ରସଙ୍ଗ, ପୁରୀ କଂଗ୍ରେସର ବିକ୍ଷୋଭ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଘନ ଘନ ଜେରା ପ୍ରସଙ୍ଗ। କେନ୍ଦ୍ର ସରକାରଙ୍କ ହୀନ ରାଜନୀତି ଅଭିଯୋଗ କରି ପୁରୀ ଜିଲା କଂଗ୍ରେସର ବିକ୍ଷୋଭ । ଅଧିକ ପଢନ୍ତୁ

ପୁରୀ କଂଗ୍ରେସର ବିକ୍ଷୋଭ
ପୁରୀ କଂଗ୍ରେସର ବିକ୍ଷୋଭ
author img

By

Published : Jul 22, 2022, 10:58 PM IST

ପୁରୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଘନ ଘନ ଜେରା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ହୀନ ରାଜନୀତି ଅଭିଯୋଗ କରି ପୁରୀ ଜିଲା କଂଗ୍ରେସର ବିକ୍ଷୋଭ । ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ସେଠୀ ଙ୍କ ନେତୁତ୍ବ ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କେନ୍ଦ୍ର ବିଜେପି ସରକାର ଯେଭଳି ରାଜନୀତିକ ପ୍ରତିଶୋଧ ନେବା ପାଇଁ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ଇଡି କୁ ବ୍ୟବହାର କରି ଯେଉଁ ଭଳି ଭାବରେ ମାନସିକ ନିର୍ଯ୍ୟାତନା ଦିଆଯାଇଛି ତାକୁ ଦେଶବ୍ୟାପୀ ଏହା ବିରୁଦ୍ଧରେ ବିରୋଧ କରିବା ସହିତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଜିଲ୍ଲା ସଭାପତି କହିଛନ୍ତି ।

ସେପଟେ ସରକାର ଦରଦାମ ନିୟନ୍ତ୍ରଣ ରୋକିବାରେ ବିଫଳ ଥିବା ବେଳେ ଇଡିକୁ ଲଗାଇ ଯେଉଁ ଭଳି ଭାବରେ ପ୍ରସଙ୍ଗ କୁ ଲୋକଲୋଚନ ରୁ ଦୂରେଇବାକୁ ଚାହୁଁଛି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.