ETV Bharat / state

Adani-Hindenburg Row: ଆସନ୍ତା 6ରେ ଆନ୍ଦୋଳନକୁ ଓହ୍ଳାଇବ କଂଗ୍ରେସ

author img

By

Published : Feb 25, 2023, 4:15 PM IST

ଆଦାନୀ ଗ୍ରୁପର ଜାଲିଆତିରେ ତଦନ୍ତ କରିବାକୁ କଂଗ୍ରେସର ଦାବି । ଆସନ୍ତା ମାର୍ଚ୍ଚ 6 ତାରିଖରୁ ଆନ୍ଦୋଳନ କରିବ କଂଗ୍ରେସ । ଅଧିକ ପଢନ୍ତୁ

puri congress press meet on adani issue
puri congress press meet on adani issue

puri congress press meet on adani issue

ପୁରୀ: ଆଦାନୀ ସ୍କାମ ନେଇ ନେଇ ବିରୋଧ ଜାରି ରଖିଛି କଂଗ୍ରେସ । କେନ୍ଦ୍ର ସରକାର ଓ ଆଦାନୀ ଗୃପର ସମ୍ପର୍କକୁ ନେଇ ତେଜୁଛି ରାଜନୀତି। ଏହାକୁ ନେଇ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛି ବିରୋଧି କଂଗ୍ରେସ । ଶିଳ୍ପପତିଙ୍କୁ ଅନୁକମ୍ପା ଦେଖାଇ ସାଧାରଣ ଲୋକଙ୍କ ଭବିଷ୍ୟତ ସହ କେନ୍ଦ୍ର ସରକାର ଖେଳୁଥିବା ବେଳେ ଆସନ୍ତା ମାର୍ଚ୍ଚ 6 ତାରିଖରେ କଂଗ୍ରେସ ଆନ୍ଦୋଳ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପ୍ରଶାନ୍ତ ଶତପଥି କହିଛନ୍ତି।

ଏନେଇ ପ୍ରଶାନ୍ତ ଶତପଥି କହିଛନ୍ତି, ''ଶିଳ୍ପପତି ଆଦାନୀଙ୍କ ଯୋଗୁଁ କୋଟି କୋଟି ଟଙ୍କାର ମହାଘୋଟାଲା ହୋଇଥିଲେ ମଧ୍ୟ ବିଜେପି ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇନାହିଁ। ତେଣୁ ଆଦାନୀ ଦୁର୍ନୀତିକୁ ନେଇ ଆସନ୍ତା 6 ତାରିଖରୁ କଂଗ୍ରେସ ଆନ୍ଦୋଳନ କରିବ।‌ ଆଦାନୀ କମ୍ପାନୀ ମହାଦୁର୍ନୀତିକୁ ନେଇ ସାରାଦେଶରେ କମ୍ପନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ଦିଗରେ ଅସମ୍ଭବ ନୀରବତା ପ୍ରତିବାଦରେ ମାର୍ଚ୍ଚ 6 ରୁ 10 ତାରିଖ ପର୍ଯ୍ୟନ୍ତ ଓଡିଶାର 33 ଟି ସାଙ୍ଗଠନିକ ଜିଲ୍ଲା ସମେତ ବ୍ଲକରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ ।‌ ଏହାସହ ମାର୍ଚ୍ଚ ୧୩ତାରିଖରେ ଭୁବେନେଶ୍ୱର ରାଜଭବନ ସମୁଖରେ ଗଣଧାରଣା ଦିଆଯିବ ବୋଲି ପୁରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପ୍ରଶାନ୍ତ ଶତପଥି କହିଛନ୍ତି ।''

ଦଳ ଅଭିଯୋଗ କରିଛି, ଆଦାନୀଙ୍କ ସମ୍ପତ୍ତି କମି କମି ଚାଲିଛି। ଆଦାନୀଙ୍କ ସଂସ୍ଥାରେ ଏଲ ଆଇ ସି, ଷ୍ଟେଟ ବ୍ୟାଙ୍କ, ପିଏନବି ଭଳି ରାଷ୍ଟ୍ରାୟତ ସଂସ୍ଥାର ବିପୁଳ ଅର୍ଥ ଲାଗିଛି । ଯଦି ଆଦାନୀ ଙ୍କ ଅବସ୍ଥା ଦେବାଳିଆ ହୋଇ ଯାଏ ରାଷ୍ଟ୍ରାୟତ ସଂସ୍ଥା ଗୁଡିକ କୋଟି କୋଟି ଟଙ୍କା କ୍ଷତି ସହିବ । ଆଉ ଏଥି ପାଇଁ ସାଧାରଣ ଲୋକେ କ୍ଷତିର ସମ୍ମୁଖୀନ ହେବେ । ଏହି ଘୋଟାଲାର ତଦନ୍ତ ପାଇଁ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଏତେ ବଡ଼ ଧରଣର ସ୍କାମ ହୋଇ ଥିବା ବେଳେ ପ୍ରଧାନମନ୍ତ୍ରୀ ଚୁପ ରହିବା ସହ ଇଡି, ଇନକମ ଟ୍ୟାକ୍ସ ତଦନ୍ତ ନକରିବାରୁ କଂଗ୍ରେସ କଡ଼ା ସମାଲୋଚନା କରଛି। ତୁରନ୍ତ ସଂସଦୀୟ କମିଟି ଦ୍ବାରା ଜେପିସି ଗଠନ କରାଯାଇ ଆଦାନୀଙ୍କ ଦ୍ୱାରା ହୋଇଥିବା ସମସ୍ତ ଘୋଟଲା ତଦନ୍ତ କରି ଜନସାଧାରଣ କୁ ସୂଚନା ଦେବାକୁ ପୁରୀ ଜିଲ୍ଲା କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା ନଗର କଂଗ୍ରେସ କମିଟି ସଭାପତି ଛବିନ୍ଦ୍ର ପଢିଆରୀ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.