ETV Bharat / state

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ; ଜାନୁଆରୀ 5 ସୁଦ୍ଧା ସବୁ କାମ ସାରିବାକୁ ଲକ୍ଷ୍ୟ - Puri to host grand event

Srimandira Parikrama Project construction works: ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ । ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ; ଜାନୁଆରୀ 5 ସୁଦ୍ଧା ସବୁ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

author img

By ETV Bharat Odisha Team

Published : Dec 28, 2023, 10:31 PM IST

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ; ଜାନୁଆରୀ 5 ସୁଦ୍ଧା ସବୁ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୀ : ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଏକ ବିରାଟ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଉଦଘାଟନ କରିବେ ।‌ ତେବେ ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଜୋରସୋରରେ ଲାଗି ପଡିଛି । ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଏକରକମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦର ସୁନ୍ଦର ବିଭିନ୍ନ ଗଛରେ ଝଲସୁଛି ଶ୍ରୀମନ୍ଦିର ଚତୁପାର୍ଶ୍ବ । ସେହିପରି ଶ୍ରୀମନ୍ଦିର ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ମଧ୍ୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ବଡ଼ଦାଣ୍ଡରରେ ଭକ୍ତଙ୍କ ପାଇଁ ନିର୍ମାଣ ହେଉଥିବା ଏସି ସେଡ୍ ପାଥ୍ ୱେ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଭକ୍ତଙ୍କ ପାଇଁ ହେଉଥିବା ଅଭ୍ୟର୍ଥନା କେନ୍ଦ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ସବୁ ନିର୍ମାଣ କାର୍ଯ୍ୟ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।‌

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମକୁ ସାରା ଭାରତରୁ ପ୍ରସିଦ୍ଧ ମନ୍ଦିରର ପ୍ରତିନିଧି ମଣ୍ଡଳୀ ଆସିବାକୁ ନିମନ୍ତ୍ରଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମୋଟ ୩୦ ଟି ଟିମ୍ ରେ ବିଭକ୍ତ ହୋଇ ପ୍ରସିଦ୍ଧ ମନ୍ଦିର ଏବଂ ଦେବ ସ୍ଥଳୀକୁ ଯାଇଛନ୍ତି । ତେବେ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟ ହୋଇଥିବାରୁ ସାରା ବିଶ୍ବବାସୀଙ୍କ ନଜର ରହିଛି । ଏହି ପରିକ୍ରମା ପ୍ରକଳ୍ପ ମାର୍ଗ ଲୋକାର୍ପଣ ଉତ୍ସବର ଐତିହାସିକ କ୍ଷଣକୁ ସ୍ମୃତିରେ ସବୁଦିନ ଉଜ୍ଜୀବିତ ରଖିବା ପାଇଁ ବ୍ୟାପକ ଭାବେ ଭବ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

ପ୍ରଥମେ ବିଭିନ୍ନ ଦେବ ସ୍ଥଳୀକୁ ନିମନ୍ତ୍ରଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ନିମନ୍ତ୍ରିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ସମସ୍ତ ନିର୍ମାଣ କାର୍ଯ୍ୟ ଜାନୁୟାରୀ ୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମାପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ନିମନ୍ତ୍ରଣ କରିଛନ୍ତି । ତେବେ ମହାପ୍ରଭୁଙ୍କର ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଓ ଭକ୍ତ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.