ETV Bharat / state

ସରିଲା ପଞ୍ଚୁକ, ହବିଷ୍ୟାଳୀଙ୍କୁ ଭାବପୂର୍ଣ୍ଣ ବିଦାୟ - ହବିଷ୍ୟାଳିଙ୍କୁ ଭାବପୂର୍ଣ୍ଣ ବିଦାୟ

କାର୍ତ୍ତିକ ବ୍ରତର ପରେ ନିଜ ନିଜ ଘରକୁ ଫେରିଛନ୍ତି ହବିଷ୍ୟାଳି। ଏନେଇ ପୁରୀ ଜିଲ୍ଲାପାଳ ବୃନ୍ଦାବତୀ ନିବାସରେ ପହଞ୍ଚି ହବିଷ୍ୟାଳୀଙ୍କୁ ଦେଇଛନ୍ତି ବିଦାୟ । ଅଧିକ ପଢନ୍ତୁ

ହବିଷ୍ୟାଳୀଙ୍କୁ ଭାବପୂର୍ଣ୍ଣ ବିଦାୟ
ହବିଷ୍ୟାଳୀଙ୍କୁ ଭାବପୂର୍ଣ୍ଣ ବିଦାୟ
author img

By

Published : Nov 8, 2022, 10:50 PM IST

ପୁରୀ: ହବିଷ୍ୟାଳିଙ୍କୁ ଭାବପୂର୍ଣ୍ଣ ବିଦାୟ । ଆଜିଠୁ ସରିଲା କାର୍ତ୍ତିକ ବ୍ରତ । ଗୋଟିଏ ମାସର କାର୍ତ୍ତିକ ବ୍ରତର ପରେ ନିଜ ନିଜ ଘରକୁ ଫେରିଛନ୍ତି ହବିଷ୍ୟାଳି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡ. କନଓ୍ବର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ହବିଷ୍ୟାଳୀଙ୍କୁ ଦେଇଛନ୍ତି ବିଦାୟ ।

ହବିଷ୍ୟାଳୀଙ୍କୁ ଭାବପୂର୍ଣ୍ଣ ବିଦାୟ

ତେବେ କାର୍ତ୍ତିକ ମାସ ପାଇଁ ନିଜ ପରିବାର ଛାଡି ହବିଷ୍ୟାଳିମାନେ ଏହି ନିବାସ ମାନଙ୍କରେ ରହିଥିଲେ। ଏନେଇ ହବିଷ୍ୟାଳିଙ୍କ ସେବା ଓ ସ୍ବଚ୍ଛନ୍ଦ ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ। ହବିଷ୍ୟାଳି ମାନେ ମଧ୍ୟ ନିଜ ମହାନ ଗୁଣରେ ଏଇ ମାସ ସାରା ସହଯୋଗ କରିଛନ୍ତି। ଏହି ମାସର ଅଭିଜ୍ଞତା ଆଗାମୀ ଦିନ ରେ ପ୍ରଶାସନ କୁ ଅଧିକ ଋଦ୍ଧିମନ୍ତ ଓ କ୍ରିୟାଶୀଳ କରିବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଏଥିସହ ପ୍ରତ୍ୟେକ ହବିଷ୍ୟାଳି ମାନଙ୍କୁ ଜିଲ୍ଲାପାଳ ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ଫଳ ପ୍ରଦାନ କରିଥିଲେ। ମା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ର ରାଇ ଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ।

ଅନ୍ୟପଟେ ସରକାର ଓ ପ୍ରଶାସନ ଖୁବ ଭଲ ଭାବରେ ଆମ ଦାୟିତ୍ବ ନେବା ସହ ବୃନ୍ଦାବତୀ ପୂଜା, ସ୍ବଚ୍ଛାସେବୀ ମାନଙ୍କ ସହଯୋଗ ଓ ସେବା,ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ଭଲ ଥିଲା। ମାସେ କେମିତି କଟିଗଲା ଜଣା ପଡିଲା ନାହିଁ। ଘରୁ ଆସିଥିଲା ବେଳେ କେମିତି କଣ ହେବ ବୋଲି ଆଶଙ୍କା ରେ ଥିଲୁ। ଏବେ ଏଠା ଛାଡି ଗଲା ବେଳେ ମାସକର ସ୍ନେହ ମମତା କୁ ଭାବି ଦୁଖ ଲାଗୁଛି। ଇଶ୍ଵର ଙ୍କ ଆଶୀର୍ବାଦ ଥିଲେ ପୁଣି ଆର ବର୍ଷ କୁ ଆସିବୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ହବିଷ୍ୟାଳି। ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଦୃଷ୍ଟି ରୁ ନିଜ ନିଜ ଘରକୁ ଫେରିବା ବେଳେ ହବିଷ୍ୟାଳି ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ତେବେ ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ମଧ୍ୟ ଅନୁରୂପ ଭାବେ ଭୋଗ ଓ ଫଳ ବଣ୍ଟନ କରାଯାଇଥିଲା।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.