ETV Bharat / state

ଅଂଶୁଘାତ ନେଇ ସତର୍କ ଓ ସଚେତନ କରାଇଲେ ପୁରୀ ଜିଲ୍ଲାପାଳ

author img

By

Published : Apr 12, 2022, 10:58 PM IST

ପୁରୀରେ ଜିଲ୍ଲାସ୍ତରୀୟ ଅଂଶୁଘାତ ପରିଚାଳନା ବୈଠକ ଅନୁଷ୍ଠିତ । ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ

ଅଂଶୁଘାତ ନେଇ ସତର୍କ ଓ ସଚେତନ କରାଇଲେ ପୁରୀ ଜିଲ୍ଲାପାଳ
ଅଂଶୁଘାତ ନେଇ ସତର୍କ ଓ ସଚେତନ କରାଇଲେ ପୁରୀ ଜିଲ୍ଲାପାଳ

ପୁରୀ: ଜିଲ୍ଲାସ୍ତରୀୟ ଅଂଶୁଘାତ ପରିଚାଳନା ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦିକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନରେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ପିଇବା ପାଣି, ଯାତ୍ରୀବାହୀ ବସରେ ବସିବା କ୍ଷମତା ଠାରୁ ଅଧିକ ଯାତ୍ରୀ ବହନ ନକରିବା ଓ ଜରୁରୀ ପାଇଁ ବରଫ ବକ୍ସ ରଖିବା, ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବା, ଦିନ ୧୧ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ନିର୍ମାଣ କାମରେ ନିୟୋଜନ ନକରିବା, ହାଟ ଓ ବଜାର ଭଳି ଜନଗହଳି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବାକୁ ବିଡିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପାନୀୟ ଜଳ ସମସ୍ୟା ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର ବିଡିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ବୁଲା ପଶୁ ଓ ପକ୍ଷୀଙ୍କ ପାଇଁ ସ୍ଥାନେ ସ୍ଥାନେ ପାଣି ବ୍ୟବସ୍ଥା, ଘର ଛାତ ଉପରେ ପକ୍ଷୀଙ୍କ ପାଇଁ ପାଣି ପାତ୍ର ରଖିବାକୁ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ କହିଛନ୍ତି । ଅଂଶୁଘାତର ମୁକାବିଲା ଓ ରକ୍ଷା ପାଇବା ଉପାୟ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଉପ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ତା, ମେଡିକାଲ ଅଧିକାରୀ ଡଃ ଶାନ୍ତନୁ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳେଇ, ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଜିଲ୍ଲା ସଂଯୋଜକ ଆଶୁତୋଷ ଦାଶ, ସମସ୍ତ ବିଡିଓ ଓ ତହସିଲଦାର, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.