ETV Bharat / state

ମନ୍ଦିର ସମସ୍ୟା ପରଖିଲେ ଜିଲ୍ଲାପାଳ, ନିର୍ଦ୍ଦେଶ ଦେଇ ଭାଙ୍ଗିଲେ ପୁରୁଣା ଛାତ

author img

By

Published : Jul 31, 2019, 7:37 PM IST

ପୁରୀ ଜିଲ୍ଲାପାଳଙ୍କ ଇନଷ୍ଟାଣ୍ଟ ପଦକ୍ଷେପ । କିଛି ଦିନ ତଳେ ବ୍ରହ୍ମଗିରି ସ୍ଥିତ ମା’ ବାଲିହରିଚଣ୍ଡିଙ୍କ ପୀଠକୁ ଦର୍ଶନ ପାଇ ଆସିଥିଲା ବେଳେ ସମସ୍ୟା ସମ୍ପର୍କରେ ଜଣାଇଥିଲେ ସେବାୟତ । ଏହା ପରେ ବୁଧବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମନ୍ଦିରରେ ଦୟନୀୟ ହୋଇଥିବା ଛାତକୁ ଭଙ୍ଗାଯାଇଛି ।

ଫଟୋ ସୌଜନ୍ୟ-ପ୍ରତିନିଧି ,ବ୍ରହ୍ମଗିରି

ବ୍ରହ୍ମଗିରି: ମା’ ବାଲି ହରଚଣ୍ଡୀ ପୀଠରେ ଭଙ୍ଗା ହେଲା ପୁରୁଣା ଛାତ। ବୁଧବାର ଏଠାରେ ଥିବା ବହୁ ବର୍ଷର ପୁରୁଣା ଜରାଜୀର୍ଣ୍ଣ ପୁରୁଣା କୋଠା ଗୁଡିକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଭଙ୍ଗା ଯାଇଛି। ତେବେ ଏବେ ନୂଆ କରି ତୋଳାଯାଇଥିବା ଗୃହରେ ମା’ଙ୍କ ସମସ୍ତ କାର୍ଯ୍ୟ ହେବ ।

ଭିଡିଓ ସୌଜନ୍ୟ-ପ୍ରତିନିଧି ,ବ୍ରହ୍ମଗିରି

ବ୍ରହ୍ମଗିରିର ପ୍ରସିଦ୍ଧ ପଯ୍ୟଟନସ୍ଥଳ ମା‘ ବାଲି ହରଚଣ୍ଡୀ ପୀଠର ହେବ ନବୀକରଣ । ଏଥିଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବହୁବର୍ଷ ତଳର ସମସ୍ତ ପୁରୁଣା କୋଠା ଭାଙ୍ଗିଦିଆଯାଇଛି । ଏହି ସବୁ ସ୍ଥାନରେ ମା’ଙ୍କ ନୀତିକାନ୍ତି କରାଯାଉଥିଲା ।

3ବର୍ଷ ତଳେ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ଵାରା 3 କୋଟି ଟଙ୍କା ବ୍ୟୟରେ ନୂତନ ରୋଷଶାଳ,ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀ ଆଶ୍ରୟ ସ୍ଥଳ ଆଦି ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। କିନ୍ତୁ ଏସବୁକୁ ଏଯାବତ କାର୍ଯ୍ୟକ୍ଷମ କରାଯାଇନଥିଲା । ଏପଟେ ନୀତିକାନ୍ତି ହେଉଥିବା ପୁରୁଣା ଘର ଗୁଡ଼ିକର ଅବସ୍ଥା ଫନି ବାତ୍ୟାରେ ଶୋଚନୀୟ ହୋଇ ଯାଇଥିଲା।
ଗତ 17 ତାରିଖରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ମା’ଙ୍କ ପୀଠକୁ ପରି ଦର୍ଶନ ରେ ଆସିଥିବା ବେଳେ ସ୍ଥାନୀୟ ସେବାୟତ ମାନେ ଏହି ବିଷୟରେ ଜଣାଇଥିଲେ।

ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି(ବୁଧବାର) ପୀଠ ରୁ ପୁରୁଣା ଘର ଗୁଡ଼ିକ ଭାଙ୍ଗି ଦିଆଯାଇଛି। ଏଥି ସହିତ ମନ୍ଦିର ପରିଚାଳନା କମିଟିକୁ ଯଥା ଶୀଘ୍ର ନୂତନ ଗୃହ ଗୁଡ଼ିକ ହସ୍ତାନ୍ତର କରାଯିବ ବୋଲି ସୁଚନା ଦେଇଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ମା ବାଲି ହରଚଣ୍ଡୀ ପୀଠ ରୁ ଭଙ୍ଗା ହେଲା ପୁରୁଣା ଛାତ।
ବ୍ରହ୍ମଗିରି ର ପ୍ରସିଦ୍ଧ ମା ବାଲି ହରଚଣ୍ଡୀ ପୀଠରେ ବହୁ ବର୍ଷର ପୁରୁଣା ଜରାଜୀର୍ଣ୍ଣ ହୋଇ ରହିଥିବ ପୁରୁଣା କୋଠା ଗୁଡିକୁ ଜିଲ୍ଲାପାଳ ଙ୍କ ନିର୍ଦସ୍ ରେ ଭାଙ୍ଗି ଦିଆ ଯାଇଛି।Body:ବ୍ରହ୍ମଗିରି ର ପ୍ରସିଦ୍ଧ ପଯ୍ୟଟନ ସ୍ଥଳ ମା ବାଲି ହରଚଣ୍ଡୀ ପୀଠରେ ବହୁ ବର୍ଷର ପୂରାତନ କୋଠା ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ୀରହି ଥିଲା।ସେଥିରେ ମାଙ୍କ ନିତି କାନ୍ତି ସେବାୟତ ମାନେ କରି ଆସୁଥିଲେ। 3ବର୍ଷ ତଳେ ସମନ୍ୱତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ଵାରା 3 କୋଟି ଟଙ୍କା ବ୍ୟୟ ରେ ନୂତନ ରୋଷଶାଳ,ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀ ଆଶ୍ରୟ ସ୍ଥଳ ଆଦି ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଛି।କିନ୍ତୁ ତାହାକୁ କଯ୍ୟକ୍ଷମ୍ କରା ଯାଇ ନ ଥିଲା।ଫଳରେ ନିତି କାନ୍ତି କରାଯାଉଥିବା ପୁରୁଣା ଘର ଗୁଡ଼ିକର ଅବସ୍ଥା ଫୋନି ବାତ୍ୟାର ଶୋଚନୀୟ ହୋଇ ଯାଇଥିଲା।
ଗତ 17 ତାରିଖରେ ପୁରି ଜିଲ୍ଲାପାଳ ବଲୱନ୍ତ ସିଂ ମାଙ୍କ ପୀଠ କୁ ପରି ଦର୍ଶନ ରେ ଆସିଥିବା ବେଳେ ସ୍ଥାନୀୟ ସେବାୟତ ମାନେ ଏହି ବିଷୟରେ ଜଣାଇଥିଲେ।ଫଳରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ଆଜି ପୀଠ ରୁ ପୁରୁଣା ଘର ଗୁଡ଼ିକ ଭାଙ୍ଗି ଦିଆଯାଇଛି।ତା ସହିତ ମନ୍ଦିର ପରିଚାଳନା କମିଟିକୁ ଯଥା ଶୀଘ୍ର ନୂତନ ଗୃହ ଗୁଡ଼ିକ ହସ୍ତାନ୍ତର କରାଯିବ ବୋଲି ସୁଚନା ଦେଇଛନ୍ତି।Conclusion:ଦେବାଶିଷ ଦାସ, ବ୍ରହ୍ମଗିରି
avo visual.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.