ETV Bharat / state

puri land dispute: ସମାଧାନ ନକଲେ ଜାନୁଆରୀ ପ୍ରଥମ ସପ୍ତାହରୁ ଆନ୍ଦୋଳନ ଚେତାବନୀ - ପୁରୀ ଭିଟାମାଟି ଅଧିକାର ମଞ୍ଚ ଆନ୍ଦୋଳନ ଚେତାବନୀ

ପୁରୀ ଜିଲ୍ଲାରେ ୮୦ ହଜାର ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ୟୁନିଫର୍ମ ପଲିସି କୋହଳ କରାଯିବ । 5ଟି ସଚିବଙ୍କ ସହ ଆଲୋଚନା ପରେ ଏଭଳି ଆଭାସ ମିଳିଛି । କିନ୍ତୁ, ଏହାକୁ ବିଶ୍ୱାସକୁ ନେଇନାହାଁନ୍ତି ଭିଟାମାଟି ଅଧିକାର ମଞ୍ଚ । ଅଧିକ ପଢନ୍ତୁ

puri land dispute: ସମାଧାନ ନକଲେ ଜାନୁଆରୀ ପ୍ରଥମ ସପ୍ତାହରୁ ଆନ୍ଦୋଳନ ଚେତାବନୀ

author img

By

Published : Dec 31, 2021, 8:30 PM IST

ପୁରୀ: ଜିଲ୍ଲାରେ ୮୦ ହଜାର ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ୟୁନିଫର୍ମ ପଲିସି କୋହଳ କରାଯିବ । 5ଟି ସଚିବଙ୍କ ସହ ଆଲୋଚନା ପରେ ଏଭଳି ଆଭାସ ମିଳିଛି । କିନ୍ତୁ, ଏହାକୁ ବିଶ୍ୱାସକୁ ନେଇନାହାଁନ୍ତି ଭିଟାମାଟି ଅଧିକାର ମଞ୍ଚ । ୨୦୧୯ ୟୁନିଫାଏଡ ପଲିସିକୁ ରଦ୍ଦ କରାଯିବା ସହ ନୂତନ ୟୁନିଫାଏଡ ପଲିସି ପାଇଁ ରାଜ୍ୟ ସରକାରଙ୍କ ଆଲୋଚନା ସ୍ୱାଗତଯୋଗ୍ୟ । କିନ୍ତୁ, ବାସ୍ତବ କ୍ଷେତ୍ରରେ ଏହା କେବେ ଓ କିଭଳି କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ହୋଇନଥିବାରୁ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ମଞ୍ଚ ।

puri land dispute: ସମାଧାନ ନକଲେ ଜାନୁଆରୀ ପ୍ରଥମ ସପ୍ତାହରୁ ଆନ୍ଦୋଳନ ଚେତାବନୀ

ନୂତନ ୟୁନିଫାଏଡ଼ ପଲିସି କେତେଦିନେ ମଧ୍ୟରେ ଆସିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ତରବରିଆ ଆଲୋଚନା କରାଯାଇଥିବା ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ୨୦୧୯ ଫେବୃୟାରୀ ୨୩ ତାରିଖର ନୂଆ ୟୁନିଫାଏଡ ନୀତି ରଦ୍ଦ କରିବାକୁ ବିଧି ବିଭାଗକୁ ପଠାଇବା ଓ ୨୦୦୩ରୁ ୨୦୧୯ ମଧ୍ୟରେ ଦରଖାସ୍ତ ହୋଇଥିବା ସମସ୍ତ ଦରଖାସ୍ତକାରୀଙ୍କ ଜମିକୁ ତୁରନ୍ତ ପୁରୁଣା ସମାନ ନୀତି ଅନୁଯାୟୀ ରେଜିଷ୍ଟ୍ରି କରିବାକୁ ଦାବୀ ହୋଇଛି । ନଚେତ ଆସନ୍ତା ନୂଆବର୍ଷ ଆରମ୍ଭରୁ ପୁଣିଥରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.