ETV Bharat / state

ଆବାସ ଯୋଜନା ଚୟନରେ ଘୋଟଲା: ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ଅଯୋଗ୍ୟ

author img

By

Published : Feb 27, 2023, 6:55 AM IST

ପୁରୀ ସଦର ବ୍ଲକ କାଶିହରିପୁର ପଞ୍ଚାୟତ ମଙ୍ଗରାଜପୁରର ଆବାସ ଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ । କର୍ମଚାରୀଙ୍କୁ ପକେଟ୍ ଗୁଞ୍ଜା ନଦେଲେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ସେମାନଙ୍କୁ ପକ୍କାଘର ମିଳିପାରୁନଥିବା ଅଭିଯୋଗ ହୋଇଛି ।

pm awas yojana
pm awas yojana
pm awas yojana

ପୁରୀ: ନୂଆଣିଆ ଚାଳଘର ଉପରେ ପଡ଼ିଛି ଛିଣ୍ଡା ପଲିଥିନ୍ । ଘର ଭିତରୁ ଦେଖିଲେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି । ଖରା ଦିନତ ଯେନତେନ କଟିଯାଉଛି ହେଲେ ବର୍ଷାଦିନ ହେଲେ ଘର ଭିତରେ ଜମେ ଆଣ୍ଠୁଏ ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ବ୍ଲକ କାଶିହରିପୁର ପଞ୍ଚାୟତ ମଙ୍ଗରାଜପୁରର ଦେବକୀ ମହାପାତ୍ରଙ୍କ ଘରେ । ଆବାସ ଯୋଜନାରେ ପ୍ରଥମେ ସେ ଅନ୍ତର୍ଭୁକ୍ତ ହୋଇଥିଲେ ହେଲେ ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି।

ତେବେ କିପରି ଭାବରେ ପୁରୀ ସଦର ବ୍ଲକର କେଉଁ କରିତକର୍ମା ଅଫିସର ତଦନ୍ତ କରି ଗରିବ ଦେବକୀ ମହାପାତ୍ରଙ୍କୁ ଆବାସ ଯୋଜନାରୁ ବାଦ ଦେଲେ ଏନେଇ ପ୍ରଶ୍ନ ଉଠିଛି । ସେହିପରି ସଦର ବ୍ଲକରେ ଆବାସ ଯୋଜନାକୁ ନେଇ ଏବେ ମାଳ ମାଳ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । କର୍ମଚାରୀଙ୍କୁ ପକେଟ୍ ଗୁଞ୍ଜା ନଦେଲେ ଯୋଗ୍ୟ ହିତାଧୀକାରୀ ହୋଇଥିଲେ ବି ସେମାନଙ୍କୁ ପକ୍କାଘର ମିଳିପାରୁନଥିବା ଅଭିଯୋଗ ହୋଇଛି ।

ଗତ ୨୦୧୯ ପ୍ରଳୟଙ୍କାରୀ ଫନି ବାତ୍ୟାରେ ଦେବକୀଙ୍କ ଏହି ଚାଳ ଛପର ଘରଟି ସମ୍ପୂର୍ଣ୍ଣ ନିଶ୍ଚିନ୍ନ ହୋଇଯାଇଥିଲା । ମୁଣ୍ତ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଦେବକୀ ଏହି ଛୋଟିଆ ଚାଳ ଛପର ଘରଟିଏ ଫନି ବାତ୍ୟା ପରେ କରିଥିଲେ । ଏଥିସହ ଆଶା କରିଥିଲେ ରାଜ୍ୟ ସରକାର ତାଙ୍କୁ ପକ୍କାଘର ଯୋଜନାରେ ଏକ ଘର ଯୋଗାଇ ଦେବେ । ହେଲେ ଦୁଃଖର ବିଷୟ ପୁରୀ ସଦର ବ୍ଲକର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ଦେବକୀ ପକ୍କାଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ସେପଟେ ଦେବକୀଙ୍କର‌ ଏହି ସମସ୍ୟା ନେଇ ବିଡ଼ିଓଙ୍କ ସହ ଆଲୋଚନା ହୋଇଥିବା ବେଳେ କେଉଁ ପରିସ୍ଥିତିରେ ପକ୍କାଘର ଯୋଜନାରୁ ସେ ବାଦ୍ ପଡିଲେ ଏବଂ ଯଦି ସେ ଯୋଗ୍ୟ ହିତାଧୀକାରୀ ହୋଇଥିବେ ତେବେ ତାଙ୍କୁ ନିଶ୍ଚିତ ଭାବେ ଆବାସ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଦର ବ୍ଲକ ବିଡିଓ । ପୁରୀ ସଦର ବ୍ଲକରେ ହାତ ଗୁଞ୍ଜା ନ ଦେଲେ ଆବାସ ପକ୍କାଘର ମିଳୁ ନ ଥିବା ଅଭିଯୋଗ ବଢିବାରେ ଲାଗିଛି । ତେବେ ଯୋଗ୍ୟ ହିତାଧୀକାରୀ ଦେବକୀଙ୍କୁ କେବେ ପକ୍କାଘର ପ୍ରଦାନ କରାଯାଉଛି ତାକୁ ଏବେ ଅପେକ୍ଷା ।

ଏହା ମଧ୍ୟ ପଢନ୍ତୁ -ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, 28ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ତେବେ ଏନେଇ ପୁରୀ ସଦର‌ ବିଡ଼ିଓ ସମ୍ବିତ ଶତପଥି କହିଛନ୍ତି, "ଆପଣଙ୍କ ମାଧ୍ୟମରେ ଘଟଣା ବିଷୟରେ ଅବଗତ ହେଲି । ତେଣୁ ଘଟଣା ବିଷୟରେ ତଦନ୍ତ କରିବୁ ଯଦି ସେ ଯୋଗ୍ୟ ଥିବେ ତେବେ ତାଙ୍କୁ ଘର ଦେବା ପାଇଁ ବ୍ୟବସ୍ଥା କରିବୁ। ଆମର ଯାଞ୍ଚ କରିବା ପାଇଁ ଯେଉଁ ପ୍ରକ୍ରିୟା ଅଛି ସେହି ମାଧ୍ୟମର ହିଁ ଏହି ନିଷ୍ପତ୍ତି ନିଆଯାଇଥିବ । ତେବେ ନିଶ୍ଚିତ ଭାବରେ ସେ ଯଦି ଯୋଗ୍ୟ ଥିବେ ତାହାଲେ ତାଙ୍କ ପାଇଁ ଘରର ବ୍ୟବସ୍ଥା କରାଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.