ETV Bharat / state

Puri Sea Beach: ଆଉ ବର୍ଷେ ଅପେକ୍ଷା, ଗୋଆ ଭଳି ଚମକିବ ପୁରୀ ବେଳାଭୂମି

author img

By

Published : Jul 16, 2023, 5:13 PM IST

Updated : Jul 16, 2023, 5:32 PM IST

ଆଉ ଏକ ବର୍ଷ ପରେ ଗୋଆ ଭଳି ଚମକିବ ପୁରୀ ବେଳାଭୂମି । ଜୋରସୋରରେ ଆଗେଇ ଚାଲିଛି ବିକାଶମୂଳକ କାର୍ଯ୍ୟ । ଅଧିକ ପଢନ୍ତୁ

Puri Beach Development project
Puri Beach Development project
Puri Sea Beach: ଆଉ ବର୍ଷେ ଅପେକ୍ଷା, ଗୋଆ ଭଳି ଚମକିବ ପୁରୀ ବେଳାଭୂମି

ପୁରୀ: ଆଉ ଏକ ବର୍ଷ ପରେ ଗୋଆ ଭଳି ଚମକିବ ପୁରୀ ବେଳାଭୂମି । ସହରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଏହି କ୍ରମରେ ପୁରୀ ବେଳାଭୂମିକୁ ଏକ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ପୁରୀ ବେଳାଭୂମି ଦିଶିବ ସବୁଜ, ସୁନ୍ଦର ଓ ଆକର୍ଷଣୀୟ । ଏଥିଲାଗି ଜୋରସୋରରେ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ଏହି କାର୍ଯ୍ୟ ହେଉଥିବା ବେଳେ ଖର୍ଚ୍ଚ ହେବ 102 କୋଟି ।

୨୦୨୪ ଜୁନ୍‌ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁରୀ ବିଚ୍ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ନାମରେ ଚାଲିଥିବା ଏହି ପ୍ରକଳ୍ପରେ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ଏକାଧିକ କାମ ଜାରି ରହିଛି । ବେଳାଭୂମିରେ ବିଭିନ୍ନ ସ୍ଥାନରେ ଏଣେତେଣେ ଉଠା ଦୋକାନ ବିଛେଇ ହୋଇ ରହୁଥିବାରୁ ଏହାର ସୁନ୍ଦରତା ନଷ୍ଟ ହେଉଛି । ଏଥିପାଇଁ ମଡେଲ ଉଠାଦୋକାନ ପ୍ରକଳ୍ପ ଦ୍ବାରା ଦୋକାନ ଘର ଯୋଗାଇ ଦିଆଯିବ । ଦିଗବାରେଣୀ ଛକ ନିକଟରେ ଏଥିଲାଗି ମଡେଲ ଘର ପଡ଼ିବା ଆରମ୍ଭ ହେଲାଣି ।

ଦୋକାନୀଙ୍କୁ ଦିଆଯିବ ଘର:- ପ୍ରାଥମିକ ଭାବେ ମୋଟ ୬୬୨ଟି ମଡେଲ ଉଠା ଦୋକାନ ତିଆରି ହେବ । ଏହି ଦୋକାନଗୁଡ଼ିକୁ ବାତ୍ୟା ନିରୋଧୀ ଭାବେ ମଧ୍ୟ ତିଆରି କରାଯାଇଛି । ବର୍ତ୍ତମାନ ବେଳାଭୂମିରେ ଉଠା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଏଠାରେ ଦୋକାନ ପାଇବେ । ବେଳାଭୂମିକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ କରାଯିବ । ବାମ୍ବୋ ପ୍ଲାଣ୍ଟେସନ୍ ଯୋଗେ ବେଳାଭୂମିର ଧାରେ ଧାରେ ଗଛ ଲଗାଯିବ । ଏହାଛଡ଼ା ୩ରୁ ୫ ମିଟର ଓସାରର ଫୁଟପାଥ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ବେଳାଭୂମିରେ କୌଣସି ୱାଚ ଟାୱାର ନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଫଳରେ ଯାତ୍ରୀମାନେ ବିପଦପୂର୍ଣ୍ଣ ସ୍ନାନ କରୁଛନ୍ତି । ଏହାର ନିରାକରଣ ପାଇଁ ଦିଗବାରେଣୀ ଛକଠାରୁ ସିପସରୁବାଲି ସମୁଦ୍ର ମଧ୍ୟରେ ବିଭିନ୍ନ ସ୍ଥାନରେ ୱାଚ୍ ଟାଓ୍ବାର ରହିବ।

ଗାଡି ପାର୍କିଂ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା:- ବେଳାଭୂମିରେ ଗାଡ଼ି ପାର୍କିଂ ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ରାସ୍ତାକଡ଼ରେ ଗାଡି ପାର୍କିଂ କରାଯିବାରୁ ଅନେକ ସମୟରେ ବେଳାମାର୍ଗରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଉଛି । ଏଥିପାଇଁ ୩ଟି ପାର୍କିଂ ପ୍ରସ୍ତୁତ କରାଯାଉଛି । ଦିଗବାରେଣୀ ଓ ସିପସରୁବାଲିରେ ମଲ୍ଟି ଲେଭଲ ବା ବହୁତଳ ପାର୍କିଂ ତିଆରି ହେଉଛି । ଯତ୍ରିକା ସମତଳ ପାର୍କି ମଧ୍ୟ ପ୍ରସ୍ତୁତ ହେଉଛି । ସେପଟେ ପୁରୀ ବେଳାଭୂମିର ଉନ୍ନତିକରଣକୁ ସ୍ଵାଗତ କରିଛନ୍ତି ଉଠା ଦୋକାନୀ ଓ ପର୍ଯ୍ୟଟକ । ବେଳାଭୂମିର ବିକାଶ ହେଲେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ଏହାଦ୍ବାରା ଉଠା ଦୋକାନୀଙ୍କ ବ୍ୟବସାୟ ବଢ଼ିବା ସହ ସେମାନେ ଆର୍ଥିକ ସ୍ବଚ୍ଛଳ ହୋଇପାରିବେ । ଏଣୁ ସରକାରଙ୍କ ଏହି କାର୍ଯ୍ୟକୁ ସବୁ ବେଳାଭୂମି ଉଠା ଦୋକାନୀ ସହଯୋଗ କରୁଛନ୍ତି ।

ଏହା ବି ପଢନ୍ତୁ- ଉଠା ଦୋକାନୀଙ୍କ କବଜାରେ ପୁରୀ ବେଳାଭୂମି, ସୌନ୍ଦର୍ଯ୍ୟତା ହରାଉଛି ମହୋଦଧି

ସେପଟେ ପୁରୀ ବେଳାଭୁମି ଦିନକୁ ଦିନ ସଙ୍କୁଚିତ ହେଉଥିବା ବେଳେ ଭଲରେ ପର୍ଯ୍ୟଟକମାନେ ବୁଲାବୁଲି କରି ପାରୁନାହାନ୍ତି । ଏଣୁ ଉଠା ଦୋକାନୀଙ୍କୁ ନେଇ ଭେଣ୍ଡିଂ ଜୋନ୍‌ ନିର୍ମାଣ ସହ ବେଳାଭୂମିର ସୋନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କ ପାଇଁ ଟଏଲେଟ୍, ପାନୀୟ ଜଳ ସୁବିଧା, ସେଡ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କରାଗଲେ ପୁରୀ ବେଳାଭୂମିକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ପୁରୀ ଆସିଥିବା ପର୍ଯ୍ୟଟକ କହିଛନ୍ତି ।

ସେପଟେ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ପୁରୀକୁ ବିଶ୍ଵରେ ଏକ ନମ୍ବର ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛନ୍ତି । ପୁରୀ ବେଳାଭୂମିକୁ ଏକ ଅନ୍ତର୍ଜାତୀୟ ମାନର ବେଳାଭୂମି କରିବା ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି ।"

ଇଟିଭି ଭାରତ, ପୁରୀ

Last Updated : Jul 16, 2023, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.