ETV Bharat / state

ବିପର୍ଯ୍ୟସ୍ତ ଓ ପୁତ୍ତିଗନ୍ଧମୟ ଅବସ୍ଥାରେ ଐତିହ୍ୟ ଅଠରନଳା; ବୁଦ୍ଧିଜୀବୀ ଖପ୍ପା, ପ୍ରଶାସନକୁ ଦେଖାଯାଉନି !

author img

By

Published : Aug 21, 2023, 9:38 PM IST

ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ହେଲେ ଜଗନ୍ନାଥ ଧାମର ଅନ୍ୟତମ ପରିଚୟସ୍ଥଳ ଅଠରନଳା ଏବଂ ମୂଷାନଈ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ...

ବିପର୍ଯ୍ୟସ୍ତ ଓ ପୁତ୍ତିଗନ୍ଧମୟ ଅବସ୍ଥାରେ ଐତିହ୍ୟ ଅଠରନଳା

ପୁରୀ: ବିପର୍ଯ୍ୟସ୍ତ ଓ ପୁତ୍ତିଗନ୍ଧମୟ ଅବସ୍ଥାରେ ପଡିରହିଛି ଐତିହ୍ୟ ଅଠରନଳା । ଦୀର୍ଘ ବର୍ଷ ହେବ କେବଳ ଦଳ ସଫେଇ ହେଉଥିଲେ ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି ଅଠରନଳା ଏବଂ ମୂଷାନଈ । ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ବାର ଅଠରନଳାର ଏହି ଅବସ୍ଥାକୁ ଦେଖି ସହରର ବୁଦ୍ଧିଜୀବୀ ଓ ରାଜନେତାଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଠରନଳାର ଅବସ୍ଥାକୁ ଦେଖିଲେ ପୁରୀ ସହରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ।

ବିପର୍ଯ୍ୟସ୍ଥ ଅଠରନଳା: ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ଶ୍ରୀମନ୍ତ ଦାସ କହିଛନ୍ତି, "କଥାରେ ଅଛି ଗାଁ ପରିମଳ ଧୋବା ତୁଠରେ । ଅଠରନଳା ହେଉଛି ପୁରୀର ପ୍ରବେଶ ଦ୍ବାର । ତେଣୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିବା ଉଚିତ ନୁହେଁ । ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ହେବା ଦରକାର । ଏଥିପାଇଁ ସରକାର ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ତେଣୁ ଏହି କାର୍ଯ୍ୟରେ ବିଳମ୍ବ ହେବା ଉଚିତ ନୁହେଁ ।" ସେହିଭଳି ପୁରୀ ନଗର କଂଗ୍ରେସ୍ ସଭାପତି ଛବିନ୍ଦ୍ର ପଢିଆରୀ କହିଛନ୍ତି, "ଅଠରନଳାର ସୌନ୍ଦର୍ଯ୍ୟକରଣ ଏବଂ ମୂଷାନଇର ପୁନରୁଦ୍ଧାର ପାଇଁ ଗତ କିଛିବର୍ଷ ହେବ ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଅଠରନଳାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖିଲେ ଜଣାପଡ଼ୁଛି ଏହାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା କେତେକ ପ୍ରଶାସନିକ ଅଧିକାରୀ ଓ ଠିକାଦାର ହରିଲୁଟ କରିଛନ୍ତି । ପ୍ରତିବର୍ଷ ଏଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ଅବସ୍ଥା ଏମିତି ରହିଛି ।" ତେବେ ଶ୍ରୀକ୍ଷେତ୍ରରେ ଅନେକ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଅଠରନଳା ଓ ମୂଷାନଈର ସୌନ୍ଦର୍ଯ୍ୟକରଣ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଅବହେଳାକୁ ନେଇ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ ଓ ନଗର କଂଗ୍ରେସ୍ ସଭାପତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌, ନାଟମଣ୍ଡପ ବିମ୍ ଉପରେ ଫୋକସ୍

ସୌନ୍ଦର୍ଯ୍ୟକରଣ ଓ ବିକାଶ ଦିଗରେ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ: ତେବେ ଅବଢ଼ା ଯୋଜନାରେ ଅଠରନଳା ଏବଂ ମୂଷାନଈର ବିକାଶ ଏବଂ ପୁନଃଉଦ୍ଧାର କାର୍ଯ୍ୟ କରାଯିବ । ନୌ ବିହାର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯିବ । ୩ ବର୍ଷ ତଳେ ରାଜ୍ୟ ସରକାର ଏନେଇ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । କିନ୍ତୁ କେତେକ ସ୍ଥାନରେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଉପୁଜୁଥିବାରୁ କାର୍ଯ୍ୟର ଅଗ୍ରଗତିରେ ବିଳମ୍ବ ହେବାରେ ଲାଗିଛି । ମୂଷାନଈର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ୧୪ଟି ମୌଜାରୁ ୧୦୯.୩୪୨ ଏକର ଜମି ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯିବ । ଏହି ପ୍ରକଳ୍ପ ପାଇଁ ୧୦୭ କୋଟି ଟଙ୍କାର ପ୍ୟାକେଜ ସରକାର ଘୋଷଣା କରିଥିବା ବେଳେ ଓଡିଶା ସେତୁ ନିର୍ମାଣ ନିଗମ ଏହି ପ୍ରକଳ୍ପ କାର୍ଯ୍ୟର ଦାୟିତ୍ବ ନେଇଛି । ତେବେ ଅଠରନଳା ଏବଂ ମୂଷାନଇର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ ଏବେ ଜମି ଅଧିଗ୍ରହଣ ସମସ୍ୟା ମୁଖ୍ୟ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି । ସେପଟେ ଜିଲ୍ଲାପାଳ କହିଛନ୍ତି, "ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି । ଖୁବଶୀଘ୍ର ଅଠରନଳା ଏବଂ ମୂଷାନଈର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତିକୁ ବିରୋଧ, ପୁରୀ ସଦର ବ୍ଳକ ଅଫିସ ଘେରାଉ କଲା କଂଗ୍ରେସ

ଅଠରନଳା ବିକାଶ ଦିଗରେ ତତ୍ପର ହେଉ ପ୍ରଶାସନ: ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ । ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ନିଜର ସ୍ବପ୍ନର ପ୍ରକଳ୍ପ ବୋଲି କହିଛନ୍ତି । ଏହି ପ୍ରକଳ୍ପକୁ ଅନନ୍ୟ ରୂପ ଦେବା ସହ ଖୁବ୍‌ଶୀଘ୍ର ଭକ୍ତଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ ହେବ ବୋଲି ଘୋଷଣା ବି କରିଛନ୍ତି । ହେଲେ ଜଗନ୍ନାଥ ଧାମର ଅନ୍ୟତମ ପରିଚୟସ୍ଥଳ ଅଠରନଳା ଏବଂ ମୂଷାନଈର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗେଇ ନେବାରେ ଜିଲ୍ଲା ପ୍ରଶାସନ ଆହୁରି ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.