ETV Bharat / state

୨୬ରୁ ଭୋଟ ଗଣତି, ପୁରୀ ପ୍ରଶାସନ ପ୍ରସ୍ତୁତ

author img

By

Published : Feb 24, 2022, 8:36 PM IST

ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଶେଷ ପରେ ଭୋଟ ଗଣତି ନେଇ ହେଉଛି ପ୍ରସ୍ତୁତି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା । ଅଧିକ ପଢନ୍ତୁ

୨୬ ରୁ ଭୋଟ ଗଣତି, ପୁରୀ ପ୍ରଶାସନ ପ୍ରସ୍ତୁତ
୨୬ ରୁ ଭୋଟ ଗଣତି, ପୁରୀ ପ୍ରଶାସନ ପ୍ରସ୍ତୁତ

ପୁରୀ: ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଶେଷ ପରେ ଭୋଟ ଗଣତି ନେଇ ହେଉଛି ପ୍ରସ୍ତୁତି । ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷାରେ ରହିଛି ଭୋଟ ବାକ୍ସ । ଚଳିତ ଥର ପ୍ରତି ବ୍ଳକରେ ଭୋଟ ଗଣତିର ବ୍ୟବସ୍ଥା ହୋଇଛି । ଆସନ୍ତା 26, 27 ଓ 28 ତିନି ଦିନ ଧରି ଭୋଟ ଗଣତି କରାଯିବ । ଏଥିପାଇଁ ପୁରୀ ସଦର ବ୍ଳକରେ ମଧ୍ୟ ସଦରର ଥିବା 3 ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ପାଇଁ ସରକାରୀ ITI କ୍ୟାମ୍ପସରେ ବ୍ୟବସ୍ଥା ହୋଇଛି ।

୨୬ ରୁ ଭୋଟ ଗଣତି, ପୁରୀ ପ୍ରଶାସନ ପ୍ରସ୍ତୁତ

କଡା ସୁରକ୍ଷା ମଧ୍ୟରେ ITIରେ ଭୋଟ ବାକ୍ସ ରଖାଯାଇଛି । ସିସିଟିଭି କ୍ୟାମେରା, ଦ୍ଵି-ସ୍ତରୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇଛି । ତେବେ ଚଳିତ ଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଓ ଫଳାଫଳ ଜିଲ୍ଲା ପରିଷଦ ଯୋନ ଅନୁଯାୟୀ ହେବ । ଶାନ୍ତିଶୃଙ୍ଖଳା ସହ ଫଳାଫଳ ଘୋଷଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଭୋଟ ଗଣତି ଦିନ ଏଜେଣ୍ଟମାନେ ପରିଚୟ ପତ୍ର ଦେଖାଇ ପ୍ରବେଶ କରିବେ । ମାତ୍ର ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଫୋନ ନିଷିଦ୍ଧ କରାଯାଇଛି । ଭୋଟ ଗଣତି ସ୍ଥଳରୁ 100 ମିଟର ଯାନ ବାହାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ପୁରୀ ଜିଲ୍ଲାର ମୋଟ 11 ଟି ବ୍ଳକର 268ଟି ପଞ୍ଚାୟତ ଓ 33 ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.