ପୁରୀ: କୋରୋନା ସଂକ୍ରମଣ ମାମଲା ବଢିଚାଲିଥିବାବେଳେ ପୁରୀରେ ଜୋରଦାର ହେଲା ମାସ୍କ ଚେକିଂ ଅଭିଯାନ । କୋଭିଡ ଗାଇଡଲାଇନକୁ ଖୁଲମଖୁଲା ଉଲଙ୍ଘନ କରାଯାଉଥିବା ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ।
ସି ବିଚ ଅଞ୍ଚଳରେ ଶନିବାର ଜୋରଦାର ଚେକିଂ କରଯାଇଛି । ଯେଉଁମାନେ ଠିକରେ ମାସ୍କ ପିନ୍ଧୁନାହାଁନ୍ତି, ସେମାନଙ୍କ ନାଁରେ ଫାଇନ କଟାଯାଇଛି । ସେହିପରି ସି ବିଚରେ ପର୍ଯ୍ୟଟକମାନେ କିଭଳି ସାମାଜିକ ଦୂରତା ରଖିବେ, ମାସ୍କ ଠିକ ଭାବେ ପିନ୍ଧିବେ ସେ ନେଇ ସଚେତନ କରାଯାଇଛି ।
ତେବେ ସହରର ବିଭିନ୍ନ ଅଞ୍ଚଳରେ ଏଣିକି ପ୍ରଶାସନ ପକ୍ଷରୁ ଜୋରଦାର ଚେକିଂ ନିୟମିତ ହେବ ବୋଲି ସୂଚନା ଦିଆଯାଇଛି ।
ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଣୁ ଏଥିରେ ଲଗାମ ଲଗାଇବା ପାଇଁ ଭୁବନେଶ୍ୱର ଓ କଟକରେ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏଥିସହ କୋଭିଡ଼ ଗାଇଡ଼ ଲାଇନ ମାନୁ ନଥିବା ଅମାନିଆଙ୍କ ଉପରେ ଜୋରିମାନା ଲଗାଯାଉଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ