ETV Bharat / state

ଶ୍ରୀମନ୍ଦିରରେ 3 ତାରିଖରୁ ସର୍ବସାଧାରଣ ଦର୍ଶନ - Public viewing shree mandir

ପ୍ରଥମେ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପରେ ଆସନ୍ତା 3 ତାରିଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ସମସ୍ତ ଭକ୍ତ । ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ 3 ତାରିଖରୁ ସର୍ବସାଧାରଣ ଦର୍ଶନ
ଶ୍ରୀମନ୍ଦିରରେ 3 ତାରିଖରୁ ସର୍ବସାଧାରଣ ଦର୍ଶନ
author img

By

Published : Jan 1, 2021, 8:55 PM IST

ପୁରୀ: ପ୍ରଥମେ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପରେ ଆସନ୍ତା 3 ତାରିଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ସମସ୍ତ ଭକ୍ତ । ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସମସ୍ତ ଭକ୍ତ କୋଭିଡ ନିୟମ ଅନୁପାଳନ ପୂର୍ବକ ମୁହଁରେ ମାସ୍କ, ହାତରେ ସାନିଟାଇଜ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ । କୌଣସି ଜାଗା ସ୍ପର୍ଶ କରିବେ ନାହିଁ କି ଦୀପ, ଫୁଲ ମଧ୍ୟ ଭକ୍ତ ନେବେ ନାହିଁ । ସେହିପରି କୋଭିଡ ନେଗେଟିଭ ରିପୋର୍ଟ ନେଇକି ଆସିଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ ।

ଶ୍ରୀମନ୍ଦିରରେ 3 ତାରିଖରୁ ସର୍ବସାଧାରଣ ଦର୍ଶନ

ତେବେ ପ୍ରାଥମିକ ପର୍ଯ୍ୟାୟରେ 15 ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି । ପରବର୍ତ୍ତୀ ସମୟରେ ସ୍ଥିତି ଅନୁଧ୍ୟାନ ପରେ କଟକଣା କୋହଳ କରାଯାଇ ଅଧିକରୁ ଅଧିକ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛଡାଯିବ । ତେବେ ଆଜି(ଶୁକ୍ରବାର) ପର୍ଯ୍ୟନ୍ତ ସବୁ କିଛି ଶୃଙ୍ଖଳାରେ ଚାଲିଛି । ପୁରୀ ବାସୀଙ୍କୁ ଦିଆଯାଇଥିବା ଦର୍ଶନ ସୁଯୋଗ, ବେଶ ଶାନ୍ତି ଶୃଙ୍ଖଳାରେ ହୋଇଥିବା ହେତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.