ETV Bharat / state

ଚାଷୀଙ୍କ ସମସ୍ୟା ସମାଧାନ ଦାବି ନେଇ ବିକ୍ଷୋଭ - protest

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ୨୧ ଦଫା ଦାବିପୂରଣ ନେଇ ସ୍ମାରକପତ୍ର ଦିଆଯାଇଛି । ଅଧିକ ପଢନ୍ତୁ....

ଚାଷୀଙ୍କ ସମସ୍ୟା ସମାଧାନ ଦାବି ନେଇ ବିକ୍ଷୋଭ
ଚାଷୀଙ୍କ ସମସ୍ୟା ସମାଧାନ ଦାବି ନେଇ ବିକ୍ଷୋଭ
author img

By

Published : Jul 29, 2021, 2:48 PM IST

ପୁରୀ : ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ । ଧାନର ଅଭାବୀ ବିକ୍ରି, ଚାଷୀମାନଙ୍କୁ ଉଚିତ ପ୍ରାପ୍ୟ ନ ମିଳିବା, ଫନି ସହାୟତାରୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେବା, କେନାଲ ପାଣି ନ ପାଇବା, ବର୍ଷା ଜଳ ନିଷ୍କାସନରେ ସମସ୍ୟା ନେଇ ନୀଳାଚଳ କୃଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ୨୧ ଦଫା ଦାବିପୂରଣ ନେଇ ସ୍ମାରକପତ୍ର ଦିଆଯାଇଛି । ଚାଷୀଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାଯିବା ପ୍ରତିବାଦରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଥିଲା ।

ଚାଷୀଙ୍କ ସମସ୍ୟା ସମାଧାନ ଦାବି ନେଇ ବିକ୍ଷୋଭ

୧୫ ଦିନ ଭିତରେ କୃଷକ ମହାସଂଘକୁ ଡାକି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ନିଷ୍ପତ୍ତି କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ କହିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ସଭାପତି ଓ ଉପସଭାପତି ସୂଚନା ଦେଇଛନ୍ତି । ମହାସଂଘର ଚାଷୀମାନେ ସୁଭାଷ ଵୋଷ ଛକରୁ ଏକ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ପୁରୀର ବିଭିନ୍ନ ବ୍ଳକର ଶତାଧୀକ ଚାଷୀ ଏଥିରେ ସାମିଲ ହୋଇଥିଲେ । କେନାଲ ପାଣି ଯୋଗାଣ ଓ ବର୍ଷା ଜଳ ନିଷ୍କାସନ ନେଇ ଥିବା ସମସ୍ୟା ସମାଧାନ, ନାଳଗୁଡ଼ିକ ଉପଯୁକ୍ତ ଖନନ କରିବା, ଖନନ କାମରେ ହେଉଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ଦାବି କରିଥିଲେ । ଏହି ବିକ୍ଷୋଭ ଓ ଧାରଣାରେ ଚାଷୀ ନେତା ଗୁଣନିଧି ପାତ୍ରଙ୍କ ସମେତ ଏକାଧିକ ଚାଷୀ ସାମିଲ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.