ETV Bharat / state

ଅରୁଣସ୍ତମ୍ଭ ନିକଟକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ଦାବିରେ ବିକ୍ଷୋଭ

author img

By

Published : Oct 9, 2020, 8:13 PM IST

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଛାଡିବାକୁ ଦାବି କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦାବିରେ ବିକ୍ଷୋଭ

ପୁରୀ: ଅନଲକ 5 ରେ କେନ୍ଦ୍ର ସରକାର ଭାରତର ବିଭିନ୍ନ ଦେବାଦେବୀ ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିନାହାଁନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଛାଡିବାକୁ ଦାବି କରାଯାଇଛି ।

ସଂଗଠନ ଅଭିଯୋଗ କରିଛି, ଯଦି ଭିଆଇପି ମାନଙ୍କୁ ଅରୁଣ ସ୍ତମ୍ଭ ନିକଟକୁ ଛଡା ଯାଉଛି ତାହା ହେଲେ ଭକ୍ତମାନଙ୍କୁ କାହିଁକି ଛଡା ଯାଉନାହିଁ । ଏଭଳି ଦୁଇ ପ୍ରକାର ନିୟମକୁ କଡା ସମାଲୋଚନା କରିଛି ଜଗନ୍ନାଥ ସେନା । ସେହିପରି ଖୁବଶୀଘ୍ର ଅରୁଣ ସ୍ତମ୍ଭ ନିକଟକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ନମିଳିଲେ ଜଗନ୍ନାଥ ସେନା ସ୍ତାନୀୟ ଲୋକଙ୍କ ସହ ମିଶି ଜୋର ଜବରଦସ୍ତ ଅରୁଣ ସ୍ତମ୍ଭ ନିକଟକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ଗତ କିଛିଦିନ ତଳେ ରାଧାବଲ୍ଲବ ମଠ ନିକଟରେ ଭକ୍ତ ରଖିଥିବା ଦୀପ ଗୁଡିକୁ ଜଣେ ହୋମ ଗାର୍ଡ ନିଜ ଗୋଡ଼ରେ ଆଡେଇ ଭାଙ୍ଗି ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ଜଗନ୍ନାଥ ସେନା । ଶ୍ରୀମନ୍ଦିର ସମ୍ମୁଖ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ଦିଆଯାଇ ଥିବା ଦୀପକୁ ଗୋଇଠା ମାରି ଭାଙ୍ଗିବା ଘଟଣାରେ ଉକ୍ତ ହୋମ ଗାର୍ଡ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା । ଏହି ମର୍ମରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.