ETV Bharat / state

ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ 35 ଦିନର ଧାରଣା ସ୍ଥଗିତ

author img

By

Published : Jan 6, 2021, 7:18 AM IST

ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶାସନ ପହଞ୍ଚିବା ପରେ 35 ଦିନର ଧାରଣା ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ:

ଜିଲ୍ଲା ପ୍ରଶାସନର ପ୍ରତିଶୃତି, 35 ଦିନର ଧାରଣା ସ୍ଥଗିତ

ବ୍ରହ୍ମଗିରି: ଆଜକୁ 35 ଦିନ ଧରି ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ଫନି ବାତ୍ୟା କ୍ଷତିଗ୍ରସ୍ଥ ସଂଗ୍ରାମ ସମିତି ପକ୍ଷରୁ ଅହରାତ୍ର ଧାରଣା ଦିଆଯାଇଥିଲା । ବାତ୍ୟାରେ କ୍ଷତିଗ୍ରସ୍ଥଙ୍କୁ ସରକାରୀ ସହାୟତା ପ୍ରଦାନରେ ଅନିୟମିତତା ଏବଂ ସଠିକ ହିତାଧିକାରୀଙ୍କୁ ସହାୟତା ଦାବି କରାଯାଇଥିଲା । ଧାରଣା ସମୟରେ ସମିତି ପକ୍ଷରୁ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ତେବେ ଦୀର୍ଘ ଦିନ ପରେ ଜିଲ୍ଲା ପ୍ରଶାସନ ଧାରଣାକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ ହେଁ ଆସିନଥିଲେ । ଫଳରେ ପୁରୀ ବ୍ରହ୍ମଗିରି ଜାତୀୟ ରାଜପଥକୁ ବ୍ଲକ ସମ୍ମୁଖରେ ଧାରଣାକାରୀମାନେ ଅବରୋଧ କରିଥିଲେ ।

ସେପଟେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଆସି ଧାରଣା ସ୍ଥଳରେ ପହଁଚି 7 ଦିନ ମଧ୍ୟରେ ଦାବି ପୂରଣ ହେବାର ଲିଖିତ ପ୍ରତିଶୃତି ଦେବାରୁ 35 ଦିନର ଧାରଣା ସ୍ଥଗିତ ରଖାଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.