ETV Bharat / state

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା: ଧାର୍ଯ୍ୟ ସମୟ ଭକ୍ତଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି କହିଲେ ସେବାୟତ

ଦୀର୍ଘ 10ମାସ ପରେ ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । କୋରୋନା ଆଡରେ ଯେପରି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ନ ହୁ୍ଅନ୍ତୁ କହିଲେ ସେବାୟତ । ଅଧିକ ପଢନ୍ତୁ...

author img

By

Published : Dec 22, 2020, 3:24 PM IST

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ମତ ରଖିଲେ ସେବାୟତ

ପୁରୀ: ଦୀର୍ଘ 10ମାସ ପରେ ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ଏସଓପି ତିଆରି ହୋଇଛି । ଏସଓପି ଅନୁଯାୟୀ ପ୍ରଥମ ୩ ଦିନ ସେବାୟତ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ଅନୁମତି ମିଳିଛି । ଦୀର୍ଘ ଦିନପରେ ପୁରୀ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସେବାୟତ ।

ଡିସେମ୍ବର 26ରୁ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । 26ରୁ 31 ଯାଏଁ ଚାଲିବ ଦର୍ଶନ । ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡର ଲୋକେ କରିବେ ଦର୍ଶନ । ଚାରି ଘଣ୍ଟା ରହିବ ଦର୍ଶନ ସମୟସୀମା । ପୌରପାଳିକା ପକ୍ଷରୁ ଘରର ମୁରବୀଙ୍କୁ ମିଳିଥିବା ଟୋକନ ଓ ପରିଚୟ ନେଇ ତାରିଖ ସ୍ଥିରୀକୃତ ହୋଇଥିବା ୱାର୍ଡବାସୀ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରିବେ। ମାର୍କେଟ ଛକରୁ ବ୍ୟାରିକେଡରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ହୋଇଥିବା ସ୍ୱତନ୍ତ୍ର ଧାଡିରେ ପ୍ରବେଶ କରିବେ। ସେଠାରେ ସହରବାସୀଙ୍କ ଫଟୋଗ୍ରାଫି କରାଯିବ । ପ୍ରତ୍ୟହ ସକାଳ ସାଢେ ସାତଟାରୁ ମହାପ୍ରଭୁଙ୍କ ପହୁଡ ପର୍ଯ୍ୟନ୍ତ ଚାଲିବ ଦର୍ଶନ।

ଜାନୁଆରୀ ୩ ପରେ ବଳକା ଥିବା ପୁରୀବାସୀଙ୍କୁ ସକାଳେ ଓ ସଂନ୍ଧ୍ଯା ସମୟରେ ମିଳିବ ଏକ ଘଣ୍ଟା ଦର୍ଶନ ସୁଯୋଗ । ଅନ୍ଯ ସମୟରେ ଆସିଲେ କୋଭିଡ ନେଗେଟିଭ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ତେବେ ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ 10 ବର୍ଷରୁ କମ ଶିଶୁ ଓ 65 ବର୍ଷରୁ ଅଧିକ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ କଟକଣାକୁ କିଛି ବରିଷ୍ଠ ସେବାୟତ ନାପସନ୍ଦ କରିଛନ୍ତି । ଯେଉଁ ପରିବାର ଦୂର ଦୂରାନ୍ତରୁ ପରିବାର ସହ ଆସିଥିବେ ସେମାନେ ତାଙ୍କ ଛୋଟ ଛୁଆଙ୍କୁ କାହା ପାଖରେ ଛାଡିବେ ଏବଂ କିଏ ସୁରକ୍ଷା ଦାୟିତ୍ୱ ନେବ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବୟସ୍କ ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ଆଶା ଧରି ଆସିଥାନ୍ତି । ସେମାନଙ୍କୁ କୋଭିଡ କଟକଣା ଆଳରେ ଜଗନ୍ନାଥ ଦର୍ଶନ ବଞ୍ଚିତ କରାଇବା ଉଚିତ ନୁହେଁ ବୋଲି ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ ମତ ରଖିଛନ୍ତି ।

ଏତେ ସବୁ ବ୍ୟବସ୍ଥା ଭିତରେ ଭକ୍ତଙ୍କ ପାଇଁ ଧାର୍ଯ୍ୟ ସମୟ ଯଥେଷ୍ଟ ନୁହେଁ ବୋଲି କହିଲେ ସେବାୟତ । ସେହିପରି ଭକ୍ତଙ୍କ ମାର୍କେଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ବହୁତ ଲମ୍ବା ଦୂରତା ବୋଲି ସେ ମତ ଦେଇଛନ୍ତି। ଏହାଦ୍ୱାରା ଭକ୍ତମାନେ ଯାତାୟାତରେ ଅସୁବିଧା ଭୋଗିବେ। ଏଣୁ ବ୍ୟାରିକେଡକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ କରିବାକୁ ମତ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ଦର୍ଶନ କୋଭିଡକୁ ଆଳ କରି କାହାରିକୁ ବଞ୍ଚିତ କରିବା ଉଚିତ ହେବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀରେ ମତ ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.