ETV Bharat / state

ପୋଷ୍ଟରରେ ରହିଗଲା 144 ଧାରା, ମାନିଲେନି ଭକ୍ତ - ବ୍ରହ୍ମଗିରି ଅଲାରନାଥ ମନ୍ଦିର

ଆଜି ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ନୂଆବର୍ଷ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ଏଠାରେ ଦେଖା ଯାଇଥିଲା ଓଲଟା ଦୃଶ୍ୟ । ଅଧିକ ପଢ଼ନ୍ତୁ

priest broke administration rules at alarnath temple
ପୋଷ୍ଟରରେ ରହିଗଲା 144,ମାନିଲେନି ଭକ୍ତ
author img

By

Published : Jan 1, 2022, 3:27 PM IST

ବ୍ରହ୍ମଗିରି: ଆଜି ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ନୂଆବର୍ଷ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ଏଠାରେ ଦେଖା ଯାଇଥିଲା ଓଲଟା ଦୃଶ୍ୟ ।

ପୋଷ୍ଟରରେ ରହିଗଲା 144,ମାନିଲେନି ଭକ୍ତ

ମନ୍ଦିରରେ ତହସିଲଦାର ଏବଂ ଥାନା ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର ସାମ୍ନାରେ ପୋଷ୍ଟର ମାରି ତିନି ଦିନ ପାଇଁ 144 ଘୋଷଣା କରାଯାଇଥିଲା। ହେଲେ ପ୍ରଶାସନର ନିଷ୍ପତ୍ତିକୁ ମନ୍ଦିର ସେବାୟତ ନିଯୋଗ ବିରୋଧ କରିଥଲେ । ବିନା ଆଲୋଚନାରେ ପ୍ରଶାସନର ଏପରି କାର୍ଯ୍ୟକୁ ସେମାନେ ନିନ୍ଦା ପ୍ରକାଶ କରି ପ୍ରଶାସନ ସାମ୍ନାରେ ମନ୍ଦିରର ମୁଖ୍ୟ ଫାଟକ ଖୋଲି ଦେଇଥିଲେ। ଯାହା ଫଳରେ ଆଜି ନୂଆବର୍ଷରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଅଲାରନାଥ ମନ୍ଦିରରେ 144 ବଳବତ୍ତର ଥିବା ସତ୍ବେ କୌଣସି ପ୍ରକାର ନିୟମ ମାନିବା ଦୃଶ୍ୟ ଦେଖିବାକୁ ମିଳି ନଥିଲା । ଏଥିସହ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କଟକଣା ଦେଖାଯାଇନଥିଲା।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.