ETV Bharat / state

ରାଷ୍ଟ୍ରପତିଙ୍କ ଆଗମନ ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର, ସୁରକ୍ଷା କଡାକଡି - security tightened in puri for president visit

୨୨ ତାରିଖରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି। ତେବେ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ରହଣି କରିବେ। ଏଥିପାଇଁ ସର୍କିଟ ହାଉସକୁ ଆକର୍ଷଣୀୟ ଢ଼ଙ୍ଗରେ ସଜ୍ଜା ଯାଉଛି। ରୁମ ନଂ ୧୧୬ ମହୋଦଧି କକ୍ଷରେ କିଛି ସମୟ ଅବସ୍ଥାନ କରିବେ ରାଷ୍ଟ୍ରପତି। ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ପୁରୀରେ ଜୋରସୋର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Mar 20, 2021, 2:39 PM IST

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପାଇଁ ୨୨ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ତେବେ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ରହଣି କରିବେ। ଏଥିପାଇଁ ସର୍କିଟ ହାଉସକୁ ଆକର୍ଷଣୀୟ ଢ଼ଙ୍ଗରେ ସଜ୍ଜା ଯାଉଛି। ରୁମ ନଂ ୧୧୬ ମହୋଦଧି କକ୍ଷରେ କିଛି ସମୟ ଅବସ୍ଥାନ କରିବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଆଗମନ ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର, ସୁରକ୍ଷା କଡାକଡି

ଏଥିପାଇଁ ରୁମର ଭିତର ଓ ବାହାରକୁ ଅତି ସୁନ୍ଦର ଭାବେ ସଜା ଯାଉଥିବାବେଳେ ଆକର୍ଷଣୀୟ ବେଡ଼୍, ଡ଼ାଇନିଙ୍ଗ, ମିରର୍ ଆଦି ବିଭିନ୍ନ ଆସବାବପତ୍ର ଅଣାଯାଇ ସରିଛି। ସେପଟେ ସର୍କିଟ ହାଉସର ରଙ୍ଗ କାମ ସମ୍ପୁର୍ଣ୍ଣ ହୋଇଥିବା ବେଳେ ଏହାର ଭିତର ଓ ବାହାରର ରାସ୍ତା ନିର୍ମାଣ କାର୍ଯ୍ୟ, ବଗିଚାରେ ନାନାଦି ରଙ୍ଗ ବେରଙ୍ଗର ଫୁଲ ଗଛ ରଖାଯାଇଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଅପରାହ୍ନରେ କୋଣାର୍କ ପରିଦର୍ଶନରେ ଯିବେ। ସେଠାରେ ଥିବା ଯାତ୍ରୀ ନିବାସରେ ଅବସ୍ଥାନ କରିବା ସହ ମଧ୍ୟାହ୍ନ ଭୋଜନ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ସହରରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଆଗମନ ସମୟରେ ତାଳବଣିଆ ହେଲିପ୍ୟାଡ଼୍ ଠାରୁ ସର୍କିଟ ହାଉସ, ସର୍କିଟ ହାଉସ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତାକୁ ସିଲ୍ କରାଯିବା ସହ ବ୍ଲୁ ବୁକ୍ ସିକ୍ୟୁରିଟି ଅନୁଯାୟୀ ସୁରକ୍ଷା ପ୍ରଦାନ କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଅନୁରୂପ ଭାବେ କୋଣାର୍କରେ ମଧ୍ୟ ଏହି ସମାନ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ବ୍ଲୁ ବୁକ୍ ସିକ୍ୟୁରିଟି ବ୍ୟବସ୍ଥା ହେଉଛି ଭାରତ ସରାକରଙ୍କ ପକ୍ଷରୁ ଭିଭିଆଇପି ମାନଙ୍କୁ ପ୍ରଦାନ କରାଯାଇଥାଏ। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥାଏ। ଏହି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ମାନେ ଅତ୍ୟନ୍ତ ଗୋପନୀୟ ଭାବେ ନିଜର କାର୍ଯ୍ୟ କରିଥାନ୍ତି।

ରାଷ୍ଟ୍ରପତିଙ୍କର ଯେଉଁ ସ୍ଥାନକୁ ଗସ୍ତ ଥାଏ ତାହାର ଯଥେଷ୍ଟ ପୂର୍ବରୁ ଏହି ସୁରକ୍ଷା ଅଧିକାରୀ ମାନେ ଉକ୍ତ ଅଞ୍ଚଳ ଗସ୍ତ କରି ସୁରକ୍ଷା ସମ୍ୱନ୍ଧୀୟ ସ୍ଥିତି ଯାଞ୍ଚ କରିଥାନ୍ତି। ଏପରିକି ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରିବର୍ତ୍ତନ କରାଯାଇ ନୂଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥାଏ ବୋଲି ଆଇନଜୀବୀ କହିଛନ୍ତି।

ଗତ ୨୦୧୮ ମାର୍ଚ୍ଚ ୧୮ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଧର୍ମପତ୍ନୀଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୁଣି ତିନିବର୍ଷ ପରେ ରାଷ୍ଟ୍ରପତି ଦ୍ୱିତୀୟ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ବେଳେ ସମସ୍ତଙ୍କ ମନରେ ବେଶ୍ ଉତ୍କଣ୍ଠାର ପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.