ପ୍ରାୟ 30 ମିନିଟ ରାଷ୍ଟ୍ରପତି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ । ଏହାପରେ ସେ କୋଣାର୍କ ଯାତ୍ରୀନିବାସ ଯାଇଛନ୍ତି । ସେଠାରେ ଦିନ 12ଟାରୁ ମଧ୍ୟାହ୍ନ 4ଟା ଯାଏଁ ବିଶ୍ରାମ ନେବେ । ସେହିପରି IOCL ର ବ୍ୟାଖ୍ୟାନ କେନ୍ଦ୍ରରେ କୋଣାର୍କ ଇତିହାସ, ଓଡ଼ିଶାର କଳା ସଂସ୍କୃତି ବିଷୟରେ ଜାଣିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି କୋଣାର୍କରେ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି, ଜାଣିଲେ କୋଣାର୍କର ଐତିହ୍ୟ-ସଂସ୍କୃତି
14:10 March 22
ଯାତ୍ରୀ ନିବାସରେ ବିଶ୍ରାମ ନେଉଛନ୍ତି ରାଷ୍ଟ୍ରପତି
11:30 March 22
କୋଣାର୍କ ବୁଲି ଦେଖୁଛନ୍ତି ରାଷ୍ଟ୍ରପତି
ପତ୍ନୀଙ୍କ ସହ କୋଣାର୍କ ପରିଦର୍ଶନରେ ରାଷ୍ଟ୍ରପତି । ତୃତୀୟ ରାଷ୍ଟ୍ରପତି ଭାବେ କୋଣାର୍କ ପରିଦର୍ଶନ କରୁଛନ୍ତି ରାମନାଥ କୋବିନ୍ଦ । ପ୍ରାୟ ଅଧ ଘଣ୍ଟା ସେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ସହ ପତ୍ନତତ୍ତ୍ବ ବିଭାଗର ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାପରେ ସେ କୋଣାର୍କ ମ୍ୟୁଜିୟମ ପରିଦର୍ଶନରେ ଯିବେ । ଆଉ ତାପରେ ମଧ୍ୟାହ୍ନ ଭୋଜନ କରି କୋଣାର୍କ ଯାତ୍ରୀନିବାସରେ ବିଶ୍ରାମ ନେବେ ।
11:15 March 22
କୋଣାର୍କରେ ରାଷ୍ଟ୍ରପତି
କୋଣାର୍କରେ ପହଞ୍ଚିଲେ ରାଷ୍ଟ୍ରପତି । କୋଣାର୍କ ସୂର୍ଯ୍ୟ ମନ୍ଦିରର କଳାକୃତିକୁ ପାଖରୁ ଦେଖିବେ ରାଷ୍ଟ୍ରପତି ।
10:20 March 22
କୋଣାର୍କ ଅଭିମୁଖେ ରାଷ୍ଟ୍ରପତି
ସରିଲା ଜଗା ଦର୍ଶନ । ବର୍ତ୍ତମାନ କୋଣାର୍କ ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବତନ୍ତ୍ର କାରକେଡ୍ ଜରିଆରେ ତାଳବଣିଆ ଯିବେ, ଏହାପରେ ହେଲିକପ୍ଟରରେ କୋଣାର୍କ ଗସ୍ତ କରିବେ ରାଷ୍ଟ୍ରପତି ।
10:16 March 22
ଶ୍ରୀମନ୍ଦିର ଉନ୍ନତି ପାଇଁ ଲକ୍ଷେ ଟଙ୍କା
ଶ୍ରୀମନ୍ଦିରର ଉନ୍ନତି ପାଇଁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହାସହ ଶ୍ରୀମନ୍ଦିର ଐତିହ୍ୟ ବିଷୟରେ ପଚାରି ବୁଝିଥିଲେ । ଶ୍ରୀମନ୍ଦିର କରିଡରରେ ହୋଇଥିବା ସୌନ୍ଦର୍ଯ୍ୟକରଣ ବିଷୟରେ ପଚାରି ବୁଝିଛନ୍ତି । ଏହାସହ ରାଷ୍ଟ୍ରପତିଙ୍କୁ କର ପଲ୍ଲବ ପ୍ରଦାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କ କର ପଲ୍ଲବକୁ ସେ ନିଜ ପୂଜା ଘରେ ରଖିବେ ।
10:10 March 22
ଜଗା ଦର୍ଶନ ସାରି ବାହାରିଲେ ରାଷ୍ଟ୍ରପତି
ଜଗା ଦର୍ଶନ ସାରି ବାହାରକୁ ଆସିଲେ ରାଷ୍ଟ୍ରପତି । ବାହାରକୁ ଆସି ବାମପଟକୁ ବୁଲି ପତିତପାବନର ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ନିର୍ଦ୍ଧିଷ୍ଟ ସମୟରୁ ସାମାନ୍ୟ ବିଳମ୍ବ ହୋଇଛି ଦର୍ଶନ । ବାହାରକୁ ଆସି ରାଜ୍ୟବାସୀଙ୍କୁ ହାତଯୋଡି ନମସ୍କାର କରିଛନ୍ତି । ଏହାସହ ରାଷ୍ଟ୍ରପତିଙ୍କୁ ନାଗାର୍ଜୁନ ବେଶର ପଟଚ୍ଚିତ୍ର ପ୍ରଦାନ କରାଯାଇଛି । ନିକଟରେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।
09:58 March 22
ମହାପ୍ରଭୁଙ୍କ ଅବକାଶ ବେଶକୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି
ମହାପ୍ରଭୁଙ୍କ ଦର୍ଶନ ପରେ ମା ବିମଳାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ଜଗମୋହନରେ କିଛି ସମୟ ବସିବେ ରାଷ୍ଚ୍ରପତି । ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଖଣ୍ଡୁଆ ପାଟ ଦିଆଯିବ, ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପିତା ମାଇକୁଲାଲ୍ କୋରିଙ୍କ ହସ୍ତଲିଖନୀଙ୍କୁ ଭେଟି ହିସାବରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡିତ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ମହାପ୍ରଭୁଙ୍କ ଅବକାଶ ବେଶକୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ।
09:24 March 22
ମହାବାହୁଙ୍କ ଦର୍ଶନ କରୁଛନ୍ତି ରାଷ୍ଟ୍ରପତି
ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ ରାଷ୍ଟ୍ରପତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ପ୍ରବେଶ କଲେ ରାଷ୍ଟ୍ରପତି । ପ୍ରବେଶ ପୂର୍ବରୁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ଟେଣ୍ଟରେ ହାତଗୋଡ ଧୋଇଥିଲେ । ଏହାପରେ ବାହାରକୁ ଆସି ଓଡିଶା ଜନତାଙ୍କୁ ହାତ ଯୋଡି ଅଭିବାଦନ ଜଣାଇଥିଲେ ।
09:10 March 22
ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି, ଗଜପତି ଜଣାଇଲେ ଅଭିବାଦନ
କାରକେଡ ସୁରକ୍ଷା ବ୍ୟବସ୍ଥା ସହ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି । ସପରିବାର ସହ ପହଞ୍ଚିଲେ ଶ୍ରୀମନ୍ଦିରରେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ପ୍ରାୟ 40 ମିନିଟ ଶ୍ରୀମନ୍ଦିରରେ ସମୟ ବିତାଇବେ ରାଷ୍ଟ୍ରପତି ।
08:56 March 22
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି । ପୁରୀରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାସହ ପୁରୀ ଜିଲ୍ଲପାଳ ଓ ପୁରୀ ଏସପି ମଧ୍ୟ ଉପସ୍ଥିତ ରହିଛନ୍ତି । ପରିବାର ସହ ଶ୍ରୀଜୀଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।
08:44 March 22
ରାଜଭବନରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି
ରାଜଭବନରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମସ୍ତ ସୁରକ୍ଷା ସହ ରାଜଭବନରୁ ବାହାରିଛନ୍ତି ରାଷ୍ଟ୍ରପତି ।
08:26 March 22
ପୁରୀ ଅଭିମୁଖେ ରାଷ୍ଟ୍ରପତି
ରାଜଭବନରୁ ବାହାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଅଭିମୁଖେ ରାଷ୍ଟ୍ରପତି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
07:40 March 22
ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ସେବାୟତଙ୍କର ହେଲା ଆରଟିପିସିଆର୍ ପରୀକ୍ଷା
ରାଷ୍ଟ୍ରପତି ସହ ରହିବାକୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ହୋଇ ସାରିଛି । ସମସ୍ତ ରିପୋର୍ଟ ନେଗେଟିଭ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ବ୍ଲୁ ବୁକ ସିକ୍ୟୁରୀଟି ଅନୁଯାୟୀ ସୁରକ୍ଷା ଦିଆଯିବ। ଓଡିଶା ପୋଲିସ 40 ପ୍ଲାଟୁନ ଫୋର୍ସ, 250 ପୋଲିସ ଅଫିସର ଓ 13 ଜଣ ଏସପି ରାଙ୍କର ଅଫିସର ଏହି ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ଦେଖି ବଡ଼ ଦାଣ୍ଡର ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରବିବାର ସନ୍ଧ୍ୟାରୁ ସୋମବାର ଦିନ 12 ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।
07:36 March 22
ସକାଳ 9ଟା 5 ରେ ମହାପ୍ରଭୂଙ୍କ କରିବେ ଦର୍ଶନ
ଆଜି ସକାଳ 8ଟା 45ରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ଓହ୍ଲାଇବେ ରାଷ୍ଟ୍ରପତି । 9ଟା 5ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଶ୍ରୀମନ୍ଦିର ଭିତରେ 9ଟା 45 ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି । ଏଠାରେ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରୁ ବାହାରିବା ପରେ ପୂନର୍ବାର ହେଲିକପ୍ଟର ଯୋଗେ କୋଣାର୍କ ଅଭିମୁଖେ ଗସ୍ତ କରିବେ । ଦିନ 10ଟା 25ରେ ରାଷ୍ଟ୍ରପତି କୋଣାର୍କ ହେଲିପ୍ୟାଡରେ ପହଞ୍ଚି 10ଟା 45ରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । କୋଣାର୍କ ଯାତ୍ରୀନିବାସ ଓଟିଡିସିରେ ମଧ୍ୟାହ୍ନ ଭୋଜନ ସାରି ପୁରୀ ଛାଡିବେ ରାଷ୍ଟ୍ରପତି ।
07:18 March 22
ଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତ୍ନୀ ସବିତା କୋବିନ୍ଦ ମଧ୍ୟ ସାଥିରେ ରହିବେ ।