ETV Bharat / state

ମହାମହିମଙ୍କ ନିଆରା ଜଗା ଦର୍ଶନ: କାରକେଡ୍ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ - ବଡ଼ଦାଣ୍ଡରେ ଚାଲିଲେ ରାଷ୍ଟ୍ରପତି

ଜଗା ପାଇଁ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) । ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ମୁର୍ମୁ ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର ଲାଗି ପୁରୀ ଗସ୍ତ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ତାଙ୍କ ମନ ଆନ୍ଦୋଳିତ ହୋଇଉଠିଛି । ଆଉ ହାତଟେକି ନିଜକୁ କାଳିଆ ନିକଟରେ ସମର୍ପି ଦେଇଛନ୍ତି । ଯେଉଁଠି ଜଗା ଅଛି ସେଠି ବା ସୁରକ୍ଷାର ଆବଶ୍ୟକତା କଣ ? ଏଣୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଓ ପ୍ରୋଟକଲକୁ ଉପେକ୍ଷା କରି ବଡ଼ଦାଣ୍ଡରେ ଚାଲି ଚାଲି ଜଗାକୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । କାରକେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ୨ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଦେଖନ୍ତୁ ଏହି ରିପୋର୍ଟ

ମହାମହିମଙ୍କ ନିଆରା ଜଗା ଦର୍ଶନ: କାର୍କେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ

author img

By

Published : Nov 10, 2022, 8:36 PM IST

Updated : Nov 10, 2022, 9:01 PM IST

ପୁରୀ: ମହାମହିମଙ୍କର ଅଭିନବ ଶ୍ରୀମନ୍ଦିର ଦର୍ଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ (President Droupadi Murmu visits Sri Mandir) । ତେବେ ରାଷ୍ଟ୍ରପତି ସମସ୍ତ ସୁରକ୍ଷା ବ୍ୟବସ୍ଥା ଓ ପ୍ରୋଟୋକଲକୁ ଉପେକ୍ଷା କରି ସିଂହଦ୍ଵାର ସମ୍ମୁଖକୁ ଚାଲି ଚାଲି ଯାଇଥିଲେ । ବଡ ଡାକ୍ତରଖାନା ଛକ ଠାରୁ ସେ ଆସୁଥିବା କାରକେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା (President Droupadi Murmu walks 2km )। ଏହା ଓଡ଼ିଆବାସୀଙ୍କ ପରିଚୟ । ରାଷ୍ଟ୍ରର ପ୍ରଥମ ନାଗରିକ ହୋଇ ମଧ୍ୟ ସେ ୨ କିମି ଚାଲି ଚାଲି ମନ୍ଦିରକୁ ଯିବାକୁ ନେଇ ରାଜ୍ୟବାସୀ ବେଶ ଗର୍ବ ଅନୁଭବ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ଜଗା ଦର୍ଶନ (Jagannath darshan of President ) କରି ରାଷ୍ଟ୍ରପତି ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ମହାମହିମଙ୍କ ନିଆରା ଜଗା ଦର୍ଶନ: କାର୍କେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ

ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ବଡ଼ଦାଣ୍ଡର ମରିଚିକୋଟ ଛକରେ ଥିବା ଉତ୍କଳ ହିନ୍ଦି ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ଫଟୋ ଉଠାଇଥିଲେ । ସିଂହଦ୍ଵାରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ବାଗତ ଜଣାଇ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ ।

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତିଙ୍କ ହାତଲେଖା, ଦେଶର ବିକାଶ ପାଇଁ କଲେ ପ୍ରାର୍ଥନା

ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିର ପରିସରରେ ଥିବା ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିର ବୁଲି କୌଳିକ ପଣ୍ଡାଙ୍କ ଦର୍ଶନ‌ ଖାତାରେ ଦସ୍ତଖତ କରିଥିଲେ । ଏଥିରେ ସେ ବିଶ୍ବନିଅନ୍ତାଙ୍କ ଦର୍ଶନ ପାଇ ନିଜକୁ ଭାଗ୍ୟଶାଳୀ ମନେ କରିଥିବା ବେଳେ ଦେଶର ଅଭିବୃଦ୍ଧି ଓ ବିକାଶ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, "ମହାପ୍ରଭୁଙ୍କୁ ଦର୍ଶନ କରି ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡ଼ିଥିଲେ । ଏହି ଦର୍ଶନ ତାଙ୍କ ପାଇଁ ନିଆରା ଥିଲା । ସେ ଦର୍ଶନ ଖାତାରେ ଦସ୍ତଖତ କରି ବିଶ୍ବବାସୀଙ୍କ କଲ୍ୟାଣ ଲାଗି ପ୍ରାର୍ଥନା କରିଛନ୍ତି ।"

ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଚାଲି ଚାଲି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ଏହାସହ ମନ୍ଦିର ଚୁଡାରେ ରାଷ୍ଟ୍ରପତିଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ବାନା ମଧ୍ୟ ବନ୍ଧା ଯାଇଥିଲା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶି ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ଦର୍ଶନ ସାରି ରାଷ୍ଟ୍ରପତି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରେ ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି । ପରେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ମହାପ୍ରସାଦ ସେବନ କରିଥିଲେ। ସୁଆର ମହାସୁଆର ନିଯୋଗ ପକ୍ଷରୁ ତିନି ପ୍ରକାର ପିଠା ଓ ୧୪ ପ୍ରକାର ବ୍ୟଞ୍ଜନ ରାଷ୍ଟ୍ରପତିଙ୍କୁ ପ୍ରସାଦ ସେବନ ପାଇଁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରାୟ ଦୁଇଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେବେ ରାଷ୍ଟ୍ରପତି ସମସ୍ତ ପ୍ରୋଟୋକଲ ଭାଙ୍ଗି ମହାପ୍ରଭୁଙ୍କ ଦର୍ଶନ କରିବାର ଶୈଳୀ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଅଭଭୂତ କରିଥିଲା।

ଇଟିଭି ଭାରତ, ପୁରୀ

Last Updated : Nov 10, 2022, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.