ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ପ୍ରସ୍ତୁତି ଶେଷ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - Parikrama Project inauguration

Preparations at final stages of srimandira Parikrama Project : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଲୋକମାନଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ପ୍ରସ୍ତୁତି ଶେଷ , ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Jan 13, 2024, 10:18 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ପ୍ରସ୍ତୁତି ଶେଷ , ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଆଜି ପୁରୀ ଗସ୍ତରେ ଆସି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଶ୍ରୀମନ୍ଦିର ପରିକ୍ରମାର ଚାରିପାଖ ବୁଲି ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ । ତେବେ ସବୁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶ୍ରୀମନ୍ଦିର ଚାରିପାଖରେ ଲାଗିଥିବା ଆକର୍ଷଣୀୟ ଲାଇଟିଂ ବ୍ୟବସ୍ଥା କିଭଳି ବଜାୟ ରହିପାରିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାପ୍ରଭୁଙ୍କ ଇଛାରେ ହୋଇଥିବା ସହ ଜମି ଦାନ କରିଥିବା ପରିବାରକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ସଚିବ । ତେବେ ଶ୍ରୀମନ୍ଦିର ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ସେ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ।

ବଡ଼ଦାଣ୍ଡ ସହିତ ଭକ୍ତମାନେ ନବନିର୍ମିତ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ଗାଡ଼ି ରଖି ଶ୍ରୀମାର୍ଗ ଦେଇ ସିଧାସଳଖ ଶ୍ରୀମନ୍ଦିରକୁ ଆସିପାରିବେ । ଭକ୍ତମାନେ ଖୁବ୍ କମ୍ ସମୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଭକ୍ତଙ୍କ ଯାତାୟତ ପାଇଁ ପାର୍କିଂରୁ ଜଗନ୍ନାଥ ବଲ୍ଲଭ, ଜଗନ୍ନାଥ ବଲ୍ଲଭରୁ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଯାଏଁ ବ୍ୟାଟେରୀ ଚାଳିତ ବସ୍ ଏବଂ ହାଲୁକା ଯାନ ମଧ୍ୟ ଚଳାଚଳ କରିବ । ଭକ୍ତମାନେ ନିଜ ଗାଡ଼ିକୁ ପାର୍କିଂ ରେ ରଖି ଏହି ବ୍ୟାଟେରୀ ଚାଳିତ ଗାଡ଼ିରେ ଯାତାୟତ କରିପାରିବେ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଏବେ ସମସ୍ତଙ୍କ ଅପେକ୍ଷା ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଏହା ମଧ୍ୟ ପଢନ୍ତୁ ... ଡିଜିଟାଲ ଡାଏଲଗ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରା ବିଶ୍ବର ଭକ୍ତଙ୍କୁ ଆକର୍ଷିତ କରିବ: ବିଜୟ ପରିଡା

ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଅଙ୍କୁର ପୂଜନ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ୧୪ ତାରିଖ ଦିନ ୧୦ଟା ରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହେବ । ସେହିପରି ୧୫ ତାରିଖ ଦିନ ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ ଆରମ୍ଭ ହେବ । 16 ତାରିଖରେ ମଧ୍ୟ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଦିନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅପରାହ୍ନ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ପରେ ଦିନ ୨ଟା ରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ସାରା ବିଶ୍ବବାସୀ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ, ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.