ETV Bharat / state

ଆଜି ପୁରୀ ଆସି ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ସୁରକ୍ଷା ପାଇଁ ପ୍ରସ୍ତୁତ ପ୍ରଶାସନ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରସ୍ତୁତ ହୋଇଛି ପୋଲିସ । ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ ପୁରୀ ପୋଲିସ୍ ପକ୍ଷରୁ କାରକେଡ ରିହର୍ସଲ କରାଯାଇଛି । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସି ମହାପ୍ରଭୂଙ୍କୁ କରିବେ ଦର୍ଶନ

author img

By

Published : Nov 9, 2022, 9:04 PM IST

Updated : Nov 10, 2022, 6:25 AM IST

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ କରିବେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୦ ଟା ୩୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହାଛଡା ରାଷ୍ଟ୍ରପତି ଗର୍ଭଗୃହରୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରସ୍ତୁତ ହୋଇଛି ପୋଲିସ । ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ ପୁରୀ ପୋଲିସ୍ ପକ୍ଷରୁ କାରକେଡ ରିହର୍ସଲ କରାଯାଇଛି ।

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସି ମହାପ୍ରଭୂଙ୍କୁ କରିବେ ଦର୍ଶନ

ପୁରୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ

ପ୍ରଥମ ଓଡ଼ିଆ ମହିଳା ତଥା ଆଦିବାସୀ ନେତ୍ରୀ ଭାବେ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଛନ୍ତି ସେ । ପ୍ରଥମ ଗସ୍ତରେ ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ହେଲିକ୍ୟାପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡରେ ପ୍ରାୟ ୧୧ଟା ୪୦ ମିନିଟ ସମୟରେ ଅବତରଣ କରିବେ । ସେଠାରୁ ସିଧା ଶ୍ରୀମନ୍ଦିର ଅଭିମୁଖେ ଯିବେ ରାଷ୍ଟ୍ରପତି । ଦିନ ୧୨ଟାରୁ ପ୍ରାୟ ୧ ଘଣ୍ଟା ଶ୍ରୀମନ୍ଦିରରେ ରହି ମହାପ୍ରଭୂଙ୍କୁ ଦର୍ଶନ କରିବେ । ଏହାପରେ ରାଷ୍ଟ୍ରପତି ସିଂହ ଦ୍ବାରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଜଭବନ ଯାଇ ସେଠାର ମହାପ୍ରସାଦ ସେବନ କରିବେ । ସେଠାରେ କିଛି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ରାଷ୍ଟ୍ରପତି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରସ୍ତୁତି

ପୁରୀ ଏସପି କେ ବିଶାଲ ସିଂହଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଜଣ ଅଫିସର ନିୟୋଜିତ ହେବେ । ରାଷ୍ଟ୍ରପତି ଯିବା ଆସିବା ରୁଟ୍‌ରେ ମଧ୍ୟ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ତାଳବଣିଆ ହେଲିପ୍ୟାଡ଼ରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଟି ଜୋନରେ ବିଭକ୍ତ କରାଯାଇଛି । ଏଗୁଡ଼ିକୁ ଏକାଧିକ ସେକ୍ଟରରେ ମଧ୍ୟ ଭାଗ କରାଯାଇଛି । ବିଭିନ୍ନ ସେକ୍ଟରରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୦ ଟା ୩୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ବାହାରିଯିବା ପରେ ତୁରନ୍ତ ଦର୍ଶନ ସ୍ବଭାବିକ କରାଯିବ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଆଜି ଏକାଧିକ ଥର କାରକେଡ ରିହର୍ସଲ କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Nov 10, 2022, 6:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.