ପୁରୀ: ଆସନ୍ତା 16 ତାରିଖରେ ଶରଧାବାଲିରେ ଆରମ୍ଭ ହେବ ଶ୍ରୀକ୍ଷେତ୍ର ମହୋତ୍ସବ । ମୁକ୍ତାକାଶ ରଙ୍ଗ ମଞ୍ଚରେ ହେବାକୁ ଥିବା ଶ୍ରୀକ୍ଷେତ୍ର ମହୋତ୍ସବ 5ଦିନ ଧରି ଚାଲିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ମହୋତ୍ସବରେ ଜିଲ୍ଲାର 8ଟି ସାହି ଅଶଂଗ୍ରହଣ କରିବେ । ଚଳିତ ବର୍ଷ ପ୍ରତି ଅଖଡାକୁ 17 ହଜାର 5 ଶହ ଟଙ୍କା ସହାୟତା କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଦିଆଯାଇଛି । ଜିଲା ସଂସ୍କୃତି ବିଭାଗ ଓ କୋଲକତାରୁ ବିଭିନ୍ନ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ଛଉ,ସମ୍ବଲପୁରୀ, ଓଡିଶୀ, ଦୁଲଦୁଲି, ବିହୁ ପ୍ରଭୃତି ନୃତ୍ୟ ପରିବେଷଣ ହେବ। ସହ 50ଟି ଷ୍ଟଲ ବିଭିନ୍ନ ପୁସ୍ତକ ବିକ୍ରି ହେବ । ଏନେଇ ବୈଠକରେ ସୂଚନା ଦିଆଯାଇଛି ।
ଆୟୋଜିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ