ETV Bharat / state

୫ରୁ ଅଲାରନାଥଙ୍କ ଅଣସର ଦର୍ଶନ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ - ଅଲାରନାଥଙ୍କ ପୀଠରେ ଆରମ୍ଭ ହେବ ଅଣସର ଦର୍ଶନ

ଜୁନ ୪ ତାରିଖରେ ସ୍ନାନଯାତ୍ରା ପରେ ଜ୍ବରରେ ପଡ଼ିବେ ଶ୍ରୀବିଗ୍ରହ । ଏହାପରେ ଜୁନ ୫ ତାରିଖଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଆରମ୍ଭ ହେବ ଅଣସର ଦର୍ଶନ । ଶୃଙ୍ଖଳିତ ଦର୍ଶନ ନେଇ ମନ୍ଦିର ସେବାୟତଙ୍କ ସହ ଆଲୋଚୋନା କଲେ ପୁରୀ ଉପଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ପ୍ରଶାସନ ପ୍ରସ୍ତୁତି

author img

By

Published : May 26, 2023, 6:34 PM IST

ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ପ୍ରଶାସନ ପ୍ରସ୍ତୁତି

ପୁରୀ: ଆସନ୍ତା ଜୁନ ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଏହା ପରଦିନ, ଅର୍ଥାତ୍ ୫ ତାରିଖଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଆରମ୍ଭ ହେବ ଅଣସର ଦର୍ଶନ । ବ୍ରହ୍ମଗିରି ପାଲଟିବ ଦ୍ଵିତୀୟ ଶ୍ରୀକ୍ଷେତ୍ର । ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରି ଯିବେ । ତେବେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେନେଇ ପୁରୀ ଉପଜିଲ୍ଲାପାଳ ମନ୍ଦିର ସେବାୟତଙ୍କ ସହ ଆଲୋଚୋନା କରିଛନ୍ତି ।

ଅଣସର ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଅଧିକା ହେବାର ସମ୍ଭାବନା ଥିବାରୁ ଭୋର ୪ଟାରୁ ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପାନୀୟ ଜଳ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ । ଆଲୋକୀକରଣ ପାଇଁ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଆଲୋଚୋନା କରାଯାଇଛି । ସେହିପରି ଭକ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ । ଅଣସର ଦର୍ଶନ କିଭଳି ଶୃଙ୍ଖଳିତ ହୋଇ ପାରିବ, ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ କହିଛନ୍ତି । ଅସନ୍ତା ଜୁନ୍‌ ୫ରୁ ଜୁନ୍‌ ୧୮ ତାରିଖ ଯାଏଁ ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ଅନୁଷ୍ଠିତ ହେବ ।

ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଶ୍ରୀମନ୍ଦିରରେ ଅନୁଷ୍ଠିତ ସ୍ନାନଯାତ୍ରାରେ ଶ୍ରୀବିଗ୍ରହଙ୍କ ସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ତିନି ଠାକୁରଙ୍କର ସେବା ଶୁଶୃଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାଆନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ଅଣସର ସମୟରେ ଶ୍ରୀଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ । ପ୍ରଭୁ ଅଲାରନାଥ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର ଅବସ୍ଥିତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.