ETV Bharat / state

ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ: ସେବାୟତଙ୍କ ଜୁଲମରେ ଭକ୍ତ ଅସନ୍ତୋଷ, ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି

New Year Preparation in Puri: ନୂଆବର୍ଷର ଆରମ୍ଭ କରିବାକୁ ଭକ୍ତମାନେ ଶ୍ରୀମନ୍ଦିରକୁ ଛୁଟି ଆସୁଛନ୍ତି। ତେଣୁ ଦର୍ଶନକୁ କିଭଳି ଶୃଙ୍ଖଳିତ କରାଯାଇପାରିବ, ସେନେଇ ଜୋରସୋରରେ ଲାଗି ପଡିଛି ପ୍ରଶାସନ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 30, 2023, 10:48 PM IST

ଶ୍ରୀମନ୍ଦିରରେ ନୂଆ ନିୟମ
ଶ୍ରୀମନ୍ଦିରରେ ନୂଆ ନିୟମ
ଶ୍ରୀମନ୍ଦିରରେ ନୂଆ ନିୟମ

ପୁରୀ:ଦର୍ଶନ ପାଇଁ ପୁରୀ ଆସୁଛନ୍ତି ଲକ୍ଷାଧିକ ଭକ୍ତ । ହେଲେ ସେବାୟତଙ୍କ ଆର୍ଥିକ ଶୋଷଣକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ ସେବାୟତ ଦର୍ଶନ କରାଇବା ନେଇ ଭକ୍ତଙ୍କୁ ଜର୍ ଜବରଦସ୍ତ ତାଙ୍କ ସହ ଯିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଅତ୍ୟଧିକ ଅର୍ଥ ଦାବି କରିବା ସହ ଏକାଧିକ ସେବାୟତ ଭକ୍ତମାନଙ୍କୁ ନେବା ପାଇଁ ହାତାହାତି ହେଉଥିବା ମଧ୍ୟ ଭକ୍ତ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଭକ୍ତ । ଏଣୁ ଏସବୁ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବା ସହ ଯାତ୍ରୀଙ୍କୁ ଅଧିକ ଟଙ୍କା ମାଗିଲେ ପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ନୂଆବର୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବା କଟକଣାକୁ ମଧ୍ୟ ଭକ୍ତ ସ୍ଵାଗତ କରିଛନ୍ତି। ଏହାକୁ ସବୁ ଭକ୍ତ ମାନିବା ଉଚିତ୍ ବୋଲି ଭକ୍ତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ନୂଆବର୍ଷର ଆରମ୍ଭ କରିବାକୁ ଭକ୍ତମାନେ ଶ୍ରୀମନ୍ଦିରକୁ ଛୁଟି ଆସୁଛନ୍ତି। ସେପଟେ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ, ସେନେଇ ଜୋରସୋରରେ ଲାଗି ପଡିଛି ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, "ଭକ୍ତମାନେ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ଓ ସଅଳ ନୀତିକାନ୍ତି ହୋଇପାରିବ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ଯେଭଳି ଦର୍ଶନରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।"

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରେ ଶ୍ରୀମନ୍ଦିରରେ ବଢିବ ଭିଡ଼, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସଜାଗ ପୋଲିସ

ଡିସେମ୍ବର ୩୧ ରାତି ୧୦ଟା ସୁଦ୍ଧା ମହାପ୍ରଭୁଙ୍କ ରାତ୍ର ପହୁଡ଼ କରାଯିବା ସହ ମଧ୍ୟରାତ୍ରିରୁ ଦର୍ଶନ କରିପାରିବେ ଭକ୍ତ। ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ଏସି ସେଡ୍ ପାଥ୍ ୱେକୁ ନୂଆବର୍ଷରେ କାର୍ଯ୍ୟକ୍ଷମ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ବସିବା ପାଇଁ ବିଶ୍ରାମ ସ୍ଥଳୀ ସହ ସେମାନଙ୍କ ଦର୍ଶନରେ ସହାୟତା ପାଇଁ ସ୍ବେଛାସେବୀଙ୍କୁ ନିୟୋଜିତ କରାଯିବ। ସେହିପରି କିଛି ଦିନ ଭିତରେ ଅଭ୍ୟର୍ଥନା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇ ଭକ୍ତଙ୍କୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ। ନବବର୍ଷରୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ପଲିଥିନ ଓ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ୍ ହେବାକୁ ଥିବାବେଳେ ପାନ ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯିବ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.