ETV Bharat / state

ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି - preparation ends for hati besha

ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । ଗୋପାଳତୀର୍ଥ ମଠ ପକ୍ଷରୁ ଶ୍ରୀବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗା ଯାଇଥାଏ । ଅଧିକ ପଢନ୍ତୁ...

ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି
ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି
author img

By

Published : Jun 3, 2020, 5:00 PM IST

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ସ୍ନାନବେଦୀରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ । ଏହି ଦୁର୍ଲଭ ବେଶ ପାଇଁ ପଟ୍ଟି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୋଲ ଶିଳ୍ପୀ ବସନ୍ତ କୁମାର ରଣାଙ୍କ ତତ୍ତ୍ବାବଧାନରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ।

ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି

ବେଶ ତରାସ ନିର୍ମାଣରେ ଦରଜି ସେବକ ଥିବାବେଳେ ରଙ୍ଗ ଦେବାରେ ଚିତ୍ରକାରମାନେ ସହଯୋଗ କରୁଛନ୍ତି । ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯାଇଥାଏ । ଗୋପାଳତୀର୍ଥ ମଠ ପକ୍ଷରୁ ଶ୍ରୀବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗା ଯାଇଥାଏ । ମହାପ୍ରଭୁଙ୍କ ମସ୍ତକ ପାଇଁ ତରାସ ଓ ଡାଳି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମୁଖାରବିନ୍ଦରେ ଲାଗି ହେବ କିଆଫାଳି ।

ସେହିଭଳି ଶ୍ରୀଜୀଉଙ୍କ ପାଇଁ ଚନ୍ଦ୍ରସୂର୍ଯ୍ୟ, ଛାତି, କାନ, ଚିତା, ଯୋଡିହସ୍ତ, ଅଧର, ତୋରଣା ଓ ଗଳଖୁମ୍ବ ନିର୍ମାଣ କରାଯାଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡଗି, ନାକୁଆସୀ, ତରାସ, ଛତି, ଚୁଡ ଓ ଚିତା ଆଦି ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ପାରମ୍ପରିକ ଶୈଳୀରେ ବେଶ ସାମଗ୍ରୀ ପ୍ରସ୍ତୁତ ହେଉଛି । ବେଶ ସାମଗ୍ରୀ ନିର୍ମାଣରେ ବାଉଁଶ, ବେତ, କନା, ସୋଲ, ଜରି, ଜମ୍ବୁରା, କଦଳୀ ପାଟୁକା, ଲେସ ଓ କଇଁଥ ଅଠା ବ୍ୟବହାର କରାଯାଉଛି ।

ସୋଲ ଓ ବାଉଁଶକୁ ସରୁ ଭାବେ କଟାଯିବା ପରେ କନା, ଜରି, ଜମ୍ବୁରାରେ ଚତୁଦ୍ଧାମୂର୍ତ୍ତିଙ୍କ ପାଇଁ ହାତୀ ବେଶ ପଟ୍ଟି ପ୍ରସ୍ତୁତ କରାଯାଉଛି । ଅକ୍ଷୟ ତୃତୀୟାଠାରୁ ଏହିସବୁ ଉପକରଣ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ନାନ ପୂର୍ଣ୍ଣିମା ଦିନ ଏହା ସମ୍ପୂର୍ଣ୍ଣ ହେବ । ଏବେ ହାତୀବେଶ ସାମଗ୍ରୀ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.