ETV Bharat / state

ସାଧାରଣ ଲୋକଙ୍କୁ ସ୍ବାଧୀନତା ଦିବସ ଉତ୍ସବ ମନା - independence day

ଚଳିତବର୍ଷ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡିଆରେ ଆୟୋଜନ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

author img

By

Published : Aug 7, 2020, 4:21 PM IST

ପୁରୀ: ୭୪ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପୁରୀରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ବଲ‍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡିଆରେ ଆୟୋଜନ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ।

ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତେବେ ସ୍ବାଧୀନତା ଦିବସ ପାଇଁ କେବଳ ପୋଲିସ ବାହିନୀ ପକ୍ଷରୁ ପ୍ୟାରେଡ ହେବ । ଅନ୍ୟ କୌଣସି ଦଳକୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ ଯୋଦ୍ଧାଭାବେ ପରିଚିତ ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ପୋଲିସ, ଅଗ୍ନିଶମ, ସଫେଇ କର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର ଓ କୋରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସବରେ ଆମନ୍ତ୍ରିତ କରାଯିବ । ବାହାର ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ସ୍ବାଧୀନତା ଦିବସ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯିବ । ପୌରସଂସ୍ଥା ପକ୍ଷରୁ ସହରରେ ଥିବା ସମସ୍ତ ବୀରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ତେବେ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜି.ସି ରାୟ, ରିଜର୍ଭ ଇନିସପେକ୍ଟର ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.