ETV Bharat / state

ବାଲୁକା କଳାରେ ଉତ୍ତରାଖଣ୍ଡ ହିମସ୍ଖଳନ ପୀଡିତଙ୍କ ପାଇଁ ସୁଦର୍ଶନଙ୍କ ପ୍ରାର୍ଥନା

ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ହିମସ୍ଖଳନ ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବଲୁକା କଳାରେ ଉତ୍ତରାଖଣ୍ଡ ହିମସ୍ଖଳନ ପୀଡିତଙ୍କ ପ୍ରାର୍ଥନା

author img

By

Published : Feb 7, 2021, 10:39 PM IST

ପୁରୀ: ଉତ୍ତରାଖଣ୍ଡ ହିମସ୍ଖଳନ ପୀଡିତଙ୍କ ସୁରକ୍ଷା ପାଇଁ ବାଲୁକା କଳାରେ ପ୍ରାର୍ଥନା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ହିମସ୍ଖଳନ ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ବାଲୁକା କଳାରେ ଉତ୍ତରାଖଣ୍ଡ ହିମସ୍ଖଳନ ପୀଡିତଙ୍କ ପାଇଁ ସୁଦର୍ଶନଙ୍କ ପ୍ରାର୍ଥନା

ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଗ୍ଲାସିୟର ଭାଙ୍ଗିବା ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି । ଏହି ଘଟଣା ସାରା ଦେଶବାସୀଙ୍କ ସ୍ତବ୍ଧ କରିଛି । ତେବେ ଏହି ବିପଦ ସମୟରେ ପୀଡିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ବଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ଘଟଣାରେ ସେ ଏକ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ଯେଉଁ ଚିତ୍ରକଳାରେ ଅବିକଳ ଉତ୍ତରାଖଣ୍ଡ ହିମସ୍ଖଳନର ବିଭୀଷିକା ପ୍ରତିଫଳିତ ହୋଇଛି । ଏହାସହ ସାରା ଦେଶବାସୀଙ୍କ ଉତ୍ତରାଖଣ୍ଡ ପୀଡିତଙ୍କ ସୁରକ୍ଷା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.