ETV Bharat / state

କାଲି ପ୍ରଥମାଷ୍ଟମୀ, ମାମୁଁ ଘରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର - ପ୍ରଥମାଷ୍ଟମୀ ୨୦୨୩

ଆସନ୍ତାକାଲି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ । ମାମୁଁ ଘରୁ ଆସି ବଡ଼ ଦେଉଳରେ ପହଞ୍ଚିଲା ଭାର । ଅଧିକ ପଢନ୍ତୁ

Prathamastami Bhara
Prathamastami Bhara
author img

By ETV Bharat Odisha Team

Published : Dec 4, 2023, 8:44 PM IST

ମାମୁଁ ଘରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର

ପୁରୀ: ଆସନ୍ତାକାଲି (ମଙ୍ଗଳବାର) ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି ।

ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତମାନେ ପତାକା ଓ ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା । ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ପଢ଼ୁଆଁ ଭାର ଆସୁଥିଲା । ତେବେ କେତେକ ସମସ୍ୟା ଯୋଗୁଁ ଏହା ଆସି ପାରୁନଥିଲା ।

ଏହା ବି ପଢନ୍ତୁ- ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଗଲା ପୋଢୁଆଁ ଭାର

ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛନ୍ତି । ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନ ଥିବା ସ୍ପଷ୍ଟୀକରଣ ଦିଆଯାଇଛି । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ପୋଢୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁଁ ଘର ବୋଲି କିଛି ଉଲ୍ଲେଖ ନାହିଁ । ଏଣୁ ଭକ୍ତମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବାନନ୍ଦଙ୍କ ପୀଠରୁ ଆସିବ ଭାର

ଆସନ୍ତା ମାର୍ଗଶିର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ ଘର । ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂସମ୍ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀମନ୍ଦିରରେ ପଢ଼ୁଆଁ ଭାର ରୂପେ ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା କୌଣସି କାରଣରୁ ପାଳନ ହୋଇ ପାରିନଥିଲା । ପରେ ନିଆଳି ବାସିନ୍ଦା ଏକତ୍ର ନିଷ୍ପତ୍ତି ନେଇ ଗତ ୩ରୁ ୪ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପଢୁଆଁ ଭାର ଆଣି ଶ୍ରୀମନ୍ଦିରରେ ଦେଉଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.