ETV Bharat / state

ପୋଷ୍ଟର ଚିରା ରାଜନୀତି: ହୋର୍ଡିଂରେ ରାଜନେତାଙ୍କ ମୁହଁ ବିକୃତ କଲେ ଦୁବୃର୍ତ୍ତ, ସାଧାରଣରେ ନିନ୍ଦା - ବ୍ୟାନର ଓ ପୋଷ୍ଟର ଚିରିଲେ ଦୁବୃର୍ତ୍ତ

Tearing of political posters: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ମାଳ ମାଳ ବ୍ୟାନର ପୋଷ୍ଟରରେ ଛାଇ ହୋଇଥିଲା । ଯାହାକୁ କେହି ଉଦ୍ଦେଶ୍ୟମୂଳକ ଭାବେ ଚିରି ଦେଇଥିବା କୁୁହାଯାଉଛି । ଅଧିକ ପଢନ୍ତୁ

poster tear politics
ପୋଷ୍ଟର ଚିରା ପଲିଟିକ୍ସ
author img

By ETV Bharat Odisha Team

Published : Jan 17, 2024, 8:13 PM IST

ପୋଷ୍ଟର ଚିରା ପଲିଟିକ୍ସ

ନିମାପଡ଼ା: ନୂଆବର୍ଷ ଆରମ୍ଭ ନହେଉଣୁ ବ୍ୟାନର ଓ ପୋଷ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ ରାଜନେତା । ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ମାଳ ମାଳ ବ୍ୟାନର ପୋଷ୍ଟରରେ ଛାଇ ହୋଇଥିଲା । ହେଲେ ଏହାକୁ ବିକୃତ କରିଛନ୍ତି ଦୁବୃର୍ତ୍ତ । ଯାହାକୁ ହୀନ ରାଜନୀତି ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ରାଜନେତା । ଗୋପ , ନିମାପଡ଼ା ,ବଳଙ୍ଗା, ଖେଲାର,ଚାରିଛକ, ବାମନାଳ ଆଦି ମୁଖ୍ୟ ରାସ୍ତାରେ ଆଶାୟୀ ପ୍ରାର୍ଥୀମାନଙ୍କ ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ବ୍ୟାନର ଦେଖିବାକୁ ମିଳିଥିଲା । ହେଲେ ଏହ ପୋଷ୍ଟରକୁ ଚିରି ମୁହଁକୁ ବିକୃତ କରାଯାଇଛି । ଏନେଇ ବିଜେଡି ନଗର ସଭାପତି ଜୀବନାନ୍ଦ ମହାପାତ୍ର କହିଛନ୍ତି, "ପୋଷ୍ଟର ଚିରା ରାଜନୀତି କୌଣସି ରାଜନୀତି ନୁହେଁ ବରଂ ହୀନ ମାନସିକତା ।"

ସେପଟେ ବିଜେପି ମଣ୍ଡଳ ସଭାପତି ମାନସ ପ୍ରଧାନ କହିଛନ୍ତି, "କେବଳ ହୀନ ମାନସିକତାର ବ୍ୟକ୍ତି ହିଁ ଏଭଳି କରିପାରେ । ଏଭଳି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି ।"ବିଭିନ୍ନ ସ୍ଥାନରେ ରୋଜାଲିନ ନାୟକ ନାମକ ଜଣେ ଯୁବତୀ ବ୍ୟାନର ହୋଡିଂ ମାରି ନିଜର ବିଜ୍ଞାପନ କରୁଥିଲାବେଳେ ବଣିକ ଫାଉଣ୍ଡର ସୁବ୍ରତ ଛାଟୋଇ ଓ ଜିତେନ୍ଦ୍ର ମହାନ୍ତି ମଧ୍ଯ ପଛରେ ନାହାନ୍ତି। ମାତ୍ର ଏହି ପୋଷ୍ଟର ଚିରା ରାଜନୀତିକୁ ସାଧାରଣରେ ନାପସନ୍ଦ କରାଯାଇଛି । ଦୁର୍ଗାପୂଜା ସମୟରେ ବି ସୁବ୍ରତଙ୍କ ଫ୍ଲେକ୍ସ କଟାଯାଇଥିଲା । ଅପରପକ୍ଷେ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସମୀର ରଞ୍ଜନ ଦାସଙ୍କୁ ବିରୋଧରେ ବିଭିନ୍ନ ଅଭିଯୋଗ ରହିଛି । ତେଣୁ ବର୍ତ୍ତମାନ ଦଳ ତାଙ୍କୁ ଟିକେଟ୍ ଦେବ କି ନାହିଁ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ । ସେପଟେ ବିଜେଡି ଶିବିରରେ ଆଶାୟୀଙ୍କ ସଂଖ୍ୟା ବଢୁଛି । ଜ୍ୟୋସ୍ନାରାଣୀ ନାୟକ ମଧ୍ୟ ତାଙ୍କ ଫ୍ଲେକ୍ସରେ ନବୀନଙ୍କ ଫଟୋ ଓ ଶଙ୍ଖଚିହ୍ନ ଲଗାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିରୋଧୀ ନେତାଙ୍କୁ ପୌରାଧ୍ୟକ୍ଷାଙ୍କ ଜବାବ, ମୁଁ କାହାରି ରିମୋଟ କଣ୍ଟ୍ରୋଲ ନୁହେଁ

ଶାସକ ଦଳ ନେତାଙ୍କ ବ୍ୟାନର ଓ ହୋଡିଂ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ବ୍ୟାନର ମରାରେ ଆଗରେ ରହିଛି ବିଜେଡି । ଆଉ ତା ପଛକୁ ବିଜେପି । ତେବେ ବିଧାୟକ ଆଶାୟୀ ପ୍ରାର୍ଥୀ ସତ୍ୟବ୍ରତ ପାତ୍ର, ସୁବ୍ରତ ଛାଟୋଇ ଓ ଜ୍ୟୋତ୍ସ୍ନାରାଣୀ ନାୟକଙ୍କ ଫଟୋ ଥିବା ଅଭିନନ୍ଦନ ଫ୍ଲେକ୍ସକୁ କେହି ଦୁବୃର୍ତ୍ତ କାଟି ଦେଇଥିବା ଘଟଣାକୁ ମହଲରେ ନିନ୍ଦା କରାଯାଉଛି । ବିଜେଡିର ରମୁ ପାତ୍ର ଓ ସୁବ୍ରତ ଛାଟୋଇଙ୍କ ୫ ଟି ଅଧ୍ୟକ୍ଷଙ୍କ ସମେତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଭଲ ସମ୍ପର୍କ ଥିବା ଚର୍ଚ୍ଚା ହୁଏ । ତେବେ ଦଳ କାହା ଉପରେ ଭରସା କରିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ହେଲେ ଅସହିଷ୍ଣୁ ହୋଇ ପୋଷ୍ଟର ଚିରିବା ଘଟଣାକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.