ETV Bharat / state

ଜୁଆ ଆଡ୍ଡା ଉପରେ ଚଢ଼ାଉ, 19 ଗିରଫ

author img

By

Published : Nov 3, 2020, 11:22 AM IST

ଜୁଆ ଆଡ୍ଡା ଉପରେ ଚନ୍ଦନ ଥାନା ପୋଲିସର ଚଢାଉ । 19 ଜଣ ଜୁଆଡିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

police raid on gambling den in puri
ଜୁଆ ଆଡା ଉପରେ ଚଢ଼ାଉ , 19 ଗିରଫ

ପୁରୀ: ପୁରୀରେ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । ଅନେକ ସମୟରେ ଚୋରି ଡକାୟତି ଓ ବେଆଇନ ନିଶା କାରବାର ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଜିଲ୍ଲାରେ ଖୁଲାମଖୁଲା ଚାଲିଛି ଜୁଆ ଖେଳ । ପୁରୀ ଚନ୍ଦନ ଥାନା ପୋଲିସ ସୋମବାର ଉଆସ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି 19 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଜୁଆ ଆଡା ଉପରେ ଚଢ଼ାଉ , 19 ଗିରଫ

ସୂଚନା ମୁତାବକ, ଉଆସ ସାହିରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଖବର ପାଇ ଅତର୍କିତ ଚଢାଉ କରିଥିଲା । ଘଟଣାସ୍ଥଳରୁ 19 ଜଣ ଜୁଆଡି ଧରା ପଡିବା ସହ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି । ସେହିପରି ଗତ ରବିବାର ସଦର ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି 15 ଜଣଙ୍କୁ ଗିରଫ କରିଥିଲା । ଗତ ଦୁଇ ଦିନ ଭିତରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି 34 ଜଣଙ୍କୁ ଗିରଫ କରିଛି । ଜିଲ୍ଲାରେ ଜୁଆ ଖେଳ ରୋକିବା ଦିଗରେ ପୋଲିସ କଡା ନଜର ରଖିଥିବା କୁହାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.