ETV Bharat / state

ପିପିଲିରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ଅଭୟ - pipili by election security arrengement

ପିପିଲି ଗସ୍ତରେ ଯାଇ ପୋଲିସ ଡିଜିପି ଅଭୟ ଉପ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ....

ପିପିଲିରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ଅଭୟ

author img

By

Published : Apr 12, 2021, 7:31 PM IST

ପୁରୀ: ପୋଲିସ ଡିଜିପି ଅଭୟ ଆଜି ପିପିଲି ଗସ୍ତରେ ଯାଇ ଉପନିର୍ବାଚନରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ସାଥୀରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଏଡିଜି ଓ କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ । ପିପିଲି ଥାନାରେ ପହଞ୍ଚି ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି ।

ପିପିଲିରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ବିଶେଷ କରି ପିପିଲିରେ ନିର୍ବାଚନ ସମୟରେ କିଭଳି ଆଇନ ଶୃଙ୍ଖଳା ରକ୍ଷା ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ତେବେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଇ ଥିବାବେଳେ 2 ଜଣ ଏସପି, 3 ଜଣ ଡ଼ିଏସପି ସ୍ତରୀୟ ଅଧିକାରୀ ଆଇନ ଶୃଙ୍ଖଳା ଦାୟିତ୍ବରେ ରହିବେ । ସେହିପରି ବିଭିନ୍ନ ଅଞ୍ଚଳକୁ ନେଇ ଜୋନ ବିଭକ୍ତ କରାଯାଇଛି । ଏହାର ପରିଚାଳନା ପାଇଁ ସୁପରଭାଇଜିଂ ଅଫିସର ରହିବେ । ଓଡିଶା ପୋଲିସର 3 ପ୍ଲାଟୁନ ସହ ୧୫ ପ୍ଲାଟୁନ ଫୋର୍ସ ନିର୍ବାଚନରେ ମୂତୟନ ହେବା ନେଇ ମଧ୍ୟ ସୂଚନା ରହିଛି ।

ସେହିପରି ନିର୍ବାଚନ ମଣ୍ଡଳୀର ୮୦ଟି ସମ୍ବେଦନଶୀଳ ବୁଥ ମଧ୍ୟ ଚିହ୍ନଟ କରାଯାଇଛି । ଏହି ସମ୍ବେଦନଶୀଳ ବୁଥରେ 3 କମ୍ପାନୀ ବିଏସଏଫ ଯବାନ ସୁରକ୍ଷା ଦାୟିତ୍ବରେ ରହିବେ । ନିର୍ବାଚନରେ ହିଂସାକୁ କୌଣସି ପ୍ରକାର ବରଦାସ୍ତ ନକରାଯିବା ସହ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କେ ବିଶାଳ ସିଂ କହିଛନ୍ତି । ଡେଲାଙ୍ଗରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ମାମଲା 2 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.