ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ଓ ଭିଡ଼ିଓ ଭାଇରାଲ୍, ଆକ୍ସନ ମୋଡରେ ପୋଲିସ

author img

By

Published : Nov 21, 2022, 9:30 PM IST

ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ଓ ଭିଡ଼ିଓ ଭାଇରାଲ୍ ଘଟଣା । ଆକ୍ସନ ମୋଡରେ ପୁରୀ ସିଂହଦ୍ବାର ପୋଲିସ । ଅଭିଯୁକ୍ତ ଆକାଶ ଚୌଧୁରୀ ନାମରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କଲା ପୋଲିସ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍, ଆକ୍ସନ ମୋଡରେ ପୋଲିସ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡିଓ ଭାଇରାଲ୍ ଘଟଣା । ଏନେଇ ଆକ୍ସନ ମୋଡରେ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାମରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି । ଅଭିଯୁକ୍ତ ଆକାଶ ଚୌଧୁରୀ ବାଂଲାଦେଶର ବୋଲି କୁହାଯାଉଥିବା ବେଳେ ତା ବିଷୟରେ ସବିଶେଷ ତଥ୍ୟ ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟକୁ ପୋଲିସ ପକ୍ଷରୁ ମଗାଯାଇଛି ତଥ୍ୟ ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ୟୁଟ୍ୟୁବର ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ପୁରୀ ପୋଲିସ ୟୁଟୁବ ସହିତ ମଧ୍ୟ ଯୋଗାଯୋଗ କରିଛି । ସେହିପରି କେଉଁ ପରିସ୍ଥିତିରେ ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କଲେ ସେନେଇ ଶ୍ରୀମନ୍ଦିର ସିସିଟିଭିକୁ ଯାଞ୍ଚ କରାଯାଇଛି । ଅନ୍ୟପଟେ କୌଣସି ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବେ ସେନେଇ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

ଏପଟେ ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ପ୍ରତିବାଦ । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସେନା ପକ୍ଷରୁ ଏସପିଙ୍କୁ ଦାବି ପତ୍ର ଦିଆଯାଇଛି । ଆଗାମୀ ଦିନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ ଫଟୋ ଭାଇରାଲ୍ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କନୱର ବିଶାଳ ସିଂ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.