ETV Bharat / state

ପୋଲିସ କବଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ: 2 ବାଇକ ସହ ମୋବାଇଲ ଜବତ - puri robbery gang

ଭୁବନେଶ୍ବର-ପୁରୀ 316 ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟ କରୁଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ଅଧିକ ପଢନ୍ତୁ...

police busted a robbery gang in puri
ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ: ଦୁଇଟି ବାଇକ ସହ ମୋବାଇଲ ଜବତ
author img

By

Published : Jan 8, 2021, 5:33 PM IST

ପୁରୀ: ପୋଲିସ କବଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ବର-ପୁରୀ 316 ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ । ସମ୍ପୃକ୍ତ ଗ୍ୟାଙ୍ଗ ଦୀର୍ଘ ଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଦୁଇ ଚକିଆ ଓ ଚାରି ଚକିଆ ଯାନ ଛିନତାଇ କରୁଥିଲେ। ଗିରଫ 6 ଜଣ ଲୁଟେରାଙ୍କୁ ପୋଲିସ ଆଜି(ଶୁକ୍ରବାର) କୋର୍ଟ ଚାଲାଣ କରିବା ସହ ସେମାନଙ୍କୁ ଠାରୁ ଦୁଇଟି ବାଇକ ଓ ମୋବାଇଲ ଜବତ କରିଛି ।

ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପୁରୀ ଏସପି ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଏସଡିପିଓଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ସତ୍ୟବାଦୀ ଓ ପିପିଲି ଆଇଆଇସି ମଧ୍ୟ ଟିମରେ ସାମିଲ ହୋଇଥିଲେ । ଏହି ଟିମ ଗୁରୁବାର ପିପିଲି ଓ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢାଉ କରି ଚାରିଜଣ ଲୁଟେରା ଓ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଛଅଜଣଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକାଧିକ ଚୋରୀ ମାମଲା ରହିଛି । ଏମାନେ ବିଶେଷକରି 316 ନଂ ଜାତୀୟ ରାଜପଥର ହଂସପାଳରୁ ପୁରୀ ମଧ୍ୟରେ ଲୁଟତରାଜ କରନ୍ତି । ଦୁଇଚକିଆ ଓ ଚାରିଚକିଆ ଯାନରେ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ପୁରୀ ଏସପି ଏହାକୁ ଗୁରୁତର ସହ ନେଇ ସ୍ବତନ୍ତ୍ର ଟିମ ଗଠନ କରି ଚଢାଉ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ସଫଳ ହୋଇଥିଲେ ମଧ୍ୟ ଲୁଟ ଟଙ୍କା, ସୂନାରୂପା ଆଦି ମୂଲ୍ୟବାନ ଜିନିଷପତ୍ର ଉଦ୍ଧାର ହୋଇ ପାରିନାହିଁ । ତେବେ ପୋଲିସ ଚଢାଉ ଜାରି ରଖିବ ବୋଲି ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.