ETV Bharat / state

ଅପରାଧ ମୁକ୍ତ ହେବ ପୁରୀ , ବନ୍ଧୁକ ବ୍ୟବସାୟୀକୁ ଗିରଫ ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

author img

By ETV Bharat Odisha Team

Published : Sep 17, 2023, 11:08 PM IST

ଅପରାଧ ମୁକ୍ତ ହେବ ପୁରୀ । ପୁରୀ ପୋଲିସକୁ ମିଳିଛି ବଡ ସଫଲତା ବନ୍ଧୁକ ବ୍ୟବସାୟୀକୁ ଗିରଫ କରିବା ସହ ଜବତ କରିଛି ୨ଟି ବନ୍ଧୁକ ସହ ଜୀବନ୍ତ ଗୁଳି । ପୁରୀରେ ଅପରାଧିଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛି ପୋଲିସ । ଅଧିକ ପଢନ୍ତୁ

ଅପରାଧ ମୁକ୍ତ ହେବ ପୁରୀ , ବନ୍ଧୁକ ବ୍ୟବସାୟୀକୁ ଗିରଫ ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
ଅପରାଧ ମୁକ୍ତ ହେବ ପୁରୀ , ବନ୍ଧୁକ ବ୍ୟବସାୟୀକୁ ଗିରଫ ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
ଅପରାଧ ମୁକ୍ତ ହେବ ପୁରୀ , ବନ୍ଧୁକ ବ୍ୟବସାୟୀକୁ ଗିରଫ ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ପୁରୀ: ପୁରୀରେ ଅପରାଧ ରୋକିବା ପାଇଁ ଧଡପଗଡ ଆରମ୍ଭ କରିଛି ପୋଲିସ । ଅପରାଧମାନଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ସହରରେ ବନ୍ଧୁକ ବେପାର ବଢ଼ି ଚାଲିଥିବା ବେଳେ ପୋଲିସକୁ ମିଳିଚି ସଫଳତା । ଜଣେ ବନ୍ଧୁକ ବ୍ୟବସାୟୀକୁ ପୋଲିସ୍ ଗିରଫ କରିଛି । ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା କାଣ୍ଡ ଘଟଣାରେ ସମ୍ପୃକ୍ତ ଜଗନ ଖଟେଇ ପାଖରୁ ଦୁଇଟି ବନ୍ଧୁକ ଗୋଟେ ଅଫୁଟା ଗୁଳି ସହ ମୋବାଇଲ ଜବତ |

ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ପୋଲିସ ସୂଚନା ଦେଇଛି । ପୋଲିସ ସ୍କାନରରେ ଥିଲା ଜଗନ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଗନ ହଳଦିଆ ଛକ ଠାରେ କିଛି କ୍ରିମିନାଲଙ୍କୁ ବନ୍ଧୁକ ବ୍ୟବସାୟ ପାଇଁ ଅପେକ୍ଷା କରିଥିଲା | ଏନେଇ ସଦର ଥାନା ପୋଲିସର ପେଟ୍ରୋଲିଙ୍ଗ ଟିମ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା | ତେବେ ପୋଲିସ ଘଟଣା ସ୍ଥଳରୁ ଜଗନକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ସେ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ଜଣା ପଡିଥିଲା | ପରେ ଜଗନ ଘରେ ପୋଲିସ ଚଢ଼ାଉ କରି ତଦନ୍ତ କରିଥିଲା | ତା ଘରୁ ୨ଟି ବନ୍ଧୁକ (ଗୋଟେ ପିସ୍ତଲ, ଗୋଟେ ରିଭଲଭର, )ଗୋଟେ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଥିଲା | ତେବେ ଅଭିଯୁକ୍ତ ଜଗନକୁ ଗିରଫ କରାଯାଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି |

ଏହା ମଧ୍ୟ ପଢନ୍ତୁ...କନ୍ଦରପୁର ସଶସ୍ତ୍ର ଡକାୟତି ଘଟଣା , 7 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଆଗକୁ ପାର୍ବଣ ଋତୁ ଥିବା ବେଳେ ପୁରୀ ସହରରେ ଅପରାଧିଙ୍କ ପ୍ରାଦୁର୍ଭାବକୁ ରୋକ୍‌ ଲଗାଇବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛି ପୁରୀ ପୋଲିସ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଗୁଡିକରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧିଙ୍କ ଉପରେ କଡ଼ା ନଜର ରଖାଯାଇଛି । ବିଶେଷ କରି ଚୋରା ବନ୍ଧୁକ କାରବାର ଉପରେ ପୋଲିସ୍ କଡ଼ା ନଜର ରଖିଛି । କେଉଁଠାରୁ ବନ୍ଧୁକ ଆସୁଚି, କିଏ ଯୋଗାଣ କରୁଛି , ତାହା ଉପରେ ପୋଲିସ ଅନୁସନ୍ଧାନ କରୁଛି । ଆଗକୁ ଆହୁରି ଧର ପଗଡ ଜୋରଦାର ହେବ । ବନ୍ଧୁକ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ପୋଲିସ ଧରିବଯିିବ ବୋଲି ପୁରୀ ଅତିରିକ୍ତ ଏସପି ସୁଚନା ଦେଇଛନ୍ତି । ପୁରୀରେ ଅପରାଧିଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.