ETV Bharat / state

ମାଉସୀ ମା' ମମତା, ପୋଡପିଠାକୁ ଅପେକ୍ଷା କରିଛି କାଳିଆ - bahuda

ମାଉସୀ ମା'ର ପୋଡପିଠାରେ ଥାଏ କାଳିଆ ସାଆନ୍ତେଙ୍କ ଅନୁରାଗ, ବିଶେଷ ଅଭିରୁଚି । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା  ମାଉସୀ ମା ହାତରୁ ପୋଡପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା ।

ଡିଜାଇନ ଫଟୋ
author img

By

Published : Jul 11, 2019, 1:53 PM IST

ପୁରୀ: ମାନବୀୟ ଲୀଳା କରନ୍ତି ଲୀଳାମୟ ନୀଳାଦ୍ରୀ ନାଥ । ଦେବତା ହେଲେ ବି ମଣିଷ ଭଳି ଚଳଣି, ଖାଦ୍ୟପେୟ । ତାଙ୍କୁ ଭୋକ ହୁଏ, ଶୋଷ ହୁଏ, ନିଦ୍ରା ଆସେ । ମଣିଷ ଜୀବନର ଅସୁମାରି ଲକ୍ଷଣ ପ୍ରକାଶ ପାଏ ତାଙ୍କ ରୀତିନୀତିରେ । ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି ଭୋଜନ ପ୍ରିୟ ଭାବଗ୍ରାହୀଙ୍କ ନିମନ୍ତେ । ହେଲେ ମାଉସୀ ମା'ର ପୋଡ ପିଠାରେ ଥାଏ କାଳିଆ ସାଆନ୍ତେଙ୍କ ଅନୁରାଗ , ବିଶେଷ ଅଭିରୁଚି । ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିରକୁ ଲେଉଟନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବଡଦାଣ୍ଡ ମଧ୍ୟ ଭାଗରେ ବଳ ଗଣ୍ଡି ଛକ । ଏଇଠି ମାଉସୀ ମା ମନ୍ଦିର ରହିଛି । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ଏଣୁ ଦେବୀ ଅର୍ଦ୍ଧାସିନି ଜଗତର ନାଥ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା ମାଉସୀ ମା ହାତରୁ ପୋଡ ପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା ।

podo-pitha
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ପୋଡ ପିଠା ପ୍ରସ୍ତୁତି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ପ୍ରଥମେ ଏକ ମିଶ୍ରଣ ପ୍ରସ୍ତୁତକରାଯାଇଥାଏ। ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ। ହାଣ୍ଡି ଉପରେ ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ। ଏହାପରେ ତାହାକୁ ଥଣ୍ଡା କରାଯାଏ। ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା ମନ୍ଦିର ନିକଟରେ ରଥ ଅଟକିବା ସମୟରେ ପୋଡ ପିଠା ଭୋଗ କରାଯାଇଥାଏ ।

ମା'ଙ୍କ ପୂଜକ ତଥା ପୋଡ ପିଠା ପ୍ରସ୍ତୁତରେ ନିୟୋଜିତ ବିଶ୍ବନାଥ ମିଶ୍ରଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ। ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ବତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ । ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ପିଠା ଖିଆ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତ ମାନେ ଅତି ଆନନ୍ଦର ସହ ଅପେକ୍ଷାରେ ରହିଥାନ୍ତି ।

ମାଉସୀ ମା'ର ସ୍ନେହର ଡୋରି, ବାତ୍ସଲ୍ୟ ମମତା ଆଉ କାଳିଆ ଦିଅଁର ମାଉସୀ ମା' ହାତ ପୋଡ ପିଠା ପାଇଁ ଆସକ୍ତି, ଅନୁରାଗ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହିଁ ଜଗନ୍ନାଥ ସଂସ୍କୃତି ଆଉ ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଅପୂର୍ବ ନିଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୋଡ଼ ପିଠା ଲାଗିBody:Vo1,, ଆସନ୍ତାକାଲି ମହାପ୍ରଭୁଙ୍କ ବହୁଡାଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜୀଉ। ତେବେ ବହୁଡାଯାତ୍ରା ରେ ରହିଛି ଏକ ଅନନ୍ୟ ପରମ୍ପରା। ମହାପ୍ରଭୁ ବହୁଡ଼ିବା ବେଳେ ପୋଡ଼ ପିଠା ଖାଇଥାନ୍ତି। ଏଥିପାଇଁ ପୋଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ବଡ଼ ଦାଣ୍ଡ ର ବଳ ଗଣ୍ଡି ଛକରେ ରହିଛି ମହାପ୍ରଭୁ ଙ୍କ ମାଉସୀ ମା ଙ୍କ ଘର। ସେଠାରେ କିଛି ସମୟ ମହାପ୍ରଭୁ ଅଟକି ପୋଡ଼ ପିଠା ଖାଇ ଥାନ୍ତି। ହେରାପଞ୍ଚମୀ ତିଥିରୁ ମାଉସୀ ମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହି ପୋଡ଼ ପିଠା ପ୍ରସ୍ତୁତି ନିଆରା। ଛେନା, ଅଟା, ଅଳେଇଚ, ଲବଙ୍ଗ ପ୍ରଭୁତି ଦ୍ରବ୍ୟ ପଡି ଘିଅ ରେ ଛଣା ଯାଇ ଏହି ସ୍ୱତନ୍ତ୍ର ପୋଡ଼ ପିଠା ତିଆରି ହୋଇଥାଏ।

ବାଇଟ1,, ବିଶ୍ୱନାଥ ମିଶ୍ର,, ପୂଜକ , ମାଉସୀ ମା ମନ୍ଦିର

Vo2,, ମାଉସୀ ମା ହେଉଛନ୍ତି ଦେବୀ ଅର୍ଦ୍ଧାସିନି। ଜଗତରେ ଜଳ ପ୍ରଳୟ ବେଳେ ସମସ୍ତ ଜଳ କୁ ସୋସି ନେଇ ସାରା ବିଶ୍ୱକୁ ରକ୍ଷା କରିଥିଲେ। ତେଣୁ ଦେବୀ ଅର୍ଦ୍ଧାସିନି ଙ୍କୁ ସମସ୍ତ ଦେବା ଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି। ଏଣୁ ଦେବୀ ଅର୍ଦ୍ଧାସିନି ଜଗତର ନାଥ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ। ପ୍ରତିବର୍ଷ ବାହୁଡା ଯାତ୍ରା ବେଳେ ମାଉସୀ ମା ନିଜ ଗେଲ୍ହା ପୁଅ ତଥା ସନ୍ତାନ ପାଇଁ ଅତି ଯତ୍ନରେ ପୋଡ଼ ପିଠା ତିଆରି କରି ଖୁଆଇ ଥାନ୍ତି। ଏଥିପାଇଁ ମାଉସୀ ମା ମନ୍ଦିରରେ କିଛି ସମୟ ତିନି ରଥ ଅଟକି ଯାଇ ଥାଏ। ମହାପ୍ରଭୁଙ୍କ ମାନବୀୟ ଲୀଳା ଭିତରୁ ଏହା ଏକ ଅନନ୍ୟ ଲୀଳା ବୋଲି ଗବେଷକ କୁହନ୍ତି।

ବାଇଟ,,2,, ପଦ୍ମନାଭ ତ୍ରିପାଠୀ,, ଗବେଷକ
ବାଇଟ,3, ବିଶ୍ୱନାଥ ମିଶ୍ର,, ପୂଜକ ,, ମାଉସୀ ମା ମନ୍ଦିର

Fvo,, ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରି ବିରାଜମାନ କରିଛନ୍ତି ମହାପ୍ରଭୁ। ବାହୁଡା ଯାତ୍ରା ରେ ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ ପିଠା ଖିଆ ଦୃଶ୍ୟ କୁ ଦେଖିବା ପାଇଁ ଭକ୍ତ ମାନେ ଅତି ଆନନ୍ଦର ସହ ଅପେକ୍ଷା ରେ ରହିଥାନ୍ତି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.