ETV Bharat / state

Yashoda Ben in Puri: ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଯଶୋଦା ବେନ୍

author img

By

Published : Jun 27, 2023, 8:46 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ୍‌ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ପୁରୀ: ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ ଯଶୋଦା ବେନ ମୋଦି । ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ ଆଜି ସପରିବାର ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି ।‌ ଯଶୋଦା ବେନଙ୍କ ସହ ତାଙ୍କ ଭାଇ, ପୁତୁରା ଓ ବାପ ଘରର ପରିବାରବର୍ଗ ଥିଲେ । ଆଜି ପୁରୀ ଧାମ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।

ଆଜି ନବମୀ ସନ୍ଧ୍ୟା ଦର୍ଶନରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବେଶ ଭାବବିହ୍ଵଳ ହୋଇ ପଡିଥିଲେ। ଶ୍ରୀମନ୍ଦିର ସିଂହଦ୍ବାର ପଟେ ପ୍ରବେଶ କରି ନାକଚଣା ଦ୍ବାର ପଟେ ଫେରିବା ସମୟରେ ରଥ ସମ୍ମୁଖରେ ପୁରା ପରିବାର ସହ ଫଟୋ ମଧ୍ୟ ଉଠାଇଛନ୍ତି ଯଶୋଦା ବେନ । ‌ ପୂର୍ବରୁ ସେ ଅନ୍ୟ ସବୁ ଧାମ ପରିଦର୍ଶନ କରିସାରିଥିବା ବେଳେ ଆଜି ପୁରୀ ଧାମ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଯଶୋଦା ବେନ୍

ଏହା ବି ପଢନ୍ତୁ- Bahuda Yatra: କାଲି ମାଉସୀ ମା' ମନ୍ଦିରରେ ପୋଡ଼ପିଠା ଖାଇବେ ଶ୍ରୀଜିଉ, କେମିତି ହୁଏ ଏହାର ପ୍ରସ୍ତୁତି

ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ୫ଟା ଯାଏଁ ଥିଲା ଶେଷ ଆଡ଼ପ ମଣ୍ଡପ ଦର୍ଶନ । ଏଥିଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଶେଷ ଦିନରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦେଶ ଦର୍ଶନ ପାଇ ଭକ୍ତମାନେ କୃତ୍ୟ କୃତ୍ୟ ହୋଇଛନ୍ତି । ବହୁ ଦୂରରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଟିକେ ଝଲକ ପାଇଁ ବେଶ ଆନନ୍ଦିତ ହୋଇଥିବା ବେଳେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ପୁରାଣର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ବର୍ଷ ଦର୍ଶନ କରିବା ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଗୋଟିଏ ଥର ଦର୍ଶନ କରିବା ସମାନ ଫଳ ମିଳିଥାଏ । ଏଣୁ ଶେଷ ଦିବସରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଈଁ ଭକ୍ତମାନେ ସୁଯୋଗକୁ ହାତ ଛଡା କରିନାହାନ୍ତି । ଏହି ଭକ୍ତମାନଙ୍କ ମଧ୍ୟରେ ଯଶୋଦା ବେନ ମଧ୍ୟ ସାମିଲ ହୋଇଛନ୍ତି ।

ଅନ୍ୟପଟେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ରାଜ ପରିବାର ବର୍ଗଙ୍କ ସହ ଯାଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପବିତ୍ର ନବମୀ ତିଥି ସନ୍ଧ୍ୟା ଦର୍ଶନ ଦିବସରେ ଗଜପତି ମହାରାଜା ସପରିବାର ଗୁଣ୍ଡିଚା ମନ୍ଦିର ଯାଇ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ତେବେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ମିଳିବା ବେଶ ସୌଭାଗ୍ୟର ବିଷୟ ବୋଲି ଗଜପତି ମହାରାଜା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.