ETV Bharat / state

ପିପିଲି ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ, ସ୍ଥିତି ସମୀକ୍ଷା କଲେ ବିଧାୟକ

author img

By

Published : Aug 16, 2022, 2:14 PM IST

ପୁରୀ ଜିଲ୍ଲା ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡ଼ିଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଅଧିକ ପଢନ୍ତୁ

ପିପିଲି ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ
ପିପିଲି ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

ପୁରୀ: ମହାନଦୀର ବନ୍ୟାଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ପୁରୀ ଜିଲ୍ଲା ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡ଼ିଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ପିପିଲି ଭାରତୀପୁର, କଣ୍ଟପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ ପ୍ରଭାବିତ ହୋଇଛି । ଲୋକମାନେ ଭୟଭୀତ ହୋଇଛନ୍ତି । ବନ୍ୟାଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।

ସ୍ଥିତି ସମୀକ୍ଷା କଲେ ବିଧାୟକ

ସୋମବାର ରାତିରେ ପୁରୀ ଜିଲ୍ଲାର ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡିଯାଇଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଏହି ବନ୍ୟା ପାଣିରେ ପ୍ରଭାବିତ ହେବ ପିପିଲିର ଭାରତୀପୁର, କଣ୍ଟପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ । ବନ୍ୟାସ୍ଥିତି ନେଇ ଆତଙ୍କିତ ହୋଇଛନ୍ତି ତଳିଆ ଅଞ୍ଚଳର ଲୋକେ । ସେପଟେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଭାରତୀପୁର ଓ କଣ୍ଟି ଅଞ୍ଚଳ ପରିଦର୍ଶନ କରି ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ।

ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଜଳସେଚନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

ଏହି ବି ପଢନ୍ତୁ...ଚେତିଲେ ଛତିଶଗଡ଼ ସରକାର, ଅପରାହ୍ନରେ ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ

ସେପଟେ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗାଯୋଗରେ ଯେପରି ବିଭ୍ରାଟ ନ ହୁଏ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.