ETV Bharat / state

Panchayat Polls: ପ୍ରଚାର ମୈଦାନରେ ପିପିଲି ବିଧାୟକ, ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍‌

ଆସନ୍ତା 22 ତାରିଖରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ପ୍ରଚାରକ। ପିପିଲି ଓ ଡେଲାଙ୍ଗ ବ୍ଳକରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି। ଅଧିକ ପଢ଼ନ୍ତୁ

pipili mla rudra maharathi campaign in delang
panchayat election: ପ୍ରଚାର ମୈଦାନରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ
author img

By

Published : Feb 18, 2022, 11:10 AM IST

ପୁରୀ: ନିର୍ବାଚନ ପ୍ରଚାର ନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠୁଛି । ଆସନ୍ତା 22 ତାରିଖରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ପ୍ରଚାରକ।

panchayat election: ପ୍ରଚାର ମୈଦାନରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ଚତୁର୍ଥ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଳକରେ ମତଦାନ ହେବ। ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରଚାର ଦେଖିବାକୁ ମିଳିଛି। ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ବରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

ଡେଲାଙ୍ଗ ବ୍ଳକର 15 ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ପ୍ରଜ୍ଞା ଛୋଟରାୟ ନିର୍ବାଚନ ଲଢ଼ୁଛନ୍ତି । ସେହିପରି 17 ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ଦୀପ୍ତିଶ୍ରୀ ରାଉତରାୟ ଗାଁକୁ ଗାଁ ବୁଲି ଭୋଟ ହାତେଇବାରେ କସରତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଭୋଟରଙ୍କ ନିକଟତର ହେବାକୁ ପ୍ରାର୍ଥୀମାନେ ଚେଷ୍ଟା ଜାରି ରଖିଛନ୍ତି।

ତେବେ ଆସନ୍ତା 22 ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜେଡି ପ୍ରାର୍ଥୀଙ୍କ ସହ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ତେବେ ପିପିଲି ଓ ଡେଲାଙ୍ଗ ବ୍ଳକରେ ବିଜେଡିକୁ ବିପୁଳ ସମର୍ଥନ ଦେଖି ବିଜେଡି ପ୍ରାର୍ଥୀମାନେ ବିଜୟ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.