ETV Bharat / state

ଦାନଗହୀରିରେ କୋରୋନା ପଜିଟିଭ ଚିହ୍ନଟ ପରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ - puri news

ପୁରୀ ପିପିଲିର ଦାନଗହୀରି ଅଞ୍ଚଳରେ ଜଣେ ବ୍ୟକ୍ତି କୋରୋନା ରୋଗୀ ଚିହ୍ନଟ ପରେ କଡା ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ ଘରୁ ବାହାରିବା ଉପରେ କଟକଣା ଜାରି କରି ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରାଯାଇଛି। ଅଧିକ ପଢନ୍ତୁ...

pipili-danaghiri-village-status-review-by-puri-district-administration
କୋରୋନା ରୋଗୀ ଚିହ୍ନଟ ପରେ ପିପିଲି ଦାନଗହୀରି ଗ୍ରାମ ସ୍ଥିତି ସମୀକ୍ଷା
author img

By

Published : Apr 4, 2020, 11:26 PM IST

ପୁରୀ: ପୁରୀ ପିପିଲିର ଦାନଗହୀରି ଅଞ୍ଚଳରେ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଡା ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଉକ୍ତ ଅଞ୍ଚଳ ସମେତ ଜୟପୁର ଶାସନ ଗାଁକୁ ମଧ୍ୟ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି।

ପିପିଲିର ଏହି ଅଞ୍ଚଳକୁ 10 ଦିନ ପର୍ଯ୍ୟନ୍ତ ସିଲ କରାଯାଇଛି । ଏହି ସିଲ ସମୟ ସୀମା ଆସନ୍ତା 14 ତାରିଖ ମଧ୍ୟ ରାତ୍ରି ଯାଏଁ ଯାଏ ବଳବତ୍ତର ରହିବ । ଆଉ ଏହି ସମୟ ମଧ୍ୟରେ କେହି ଉକ୍ତ ଅଞ୍ଚଳକୁ ପ୍ରହେଶ କରିପାରିବେ ନାହିଁ । ତେବେ ଉକ୍ତ ଅଞ୍ଚଳରେ ପ୍ରତ୍ୟେକ ପରିବାର ଓ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ୟପଟେ ଉକ୍ତ ଅଞ୍ଚଳକୁ ଶନିବାର ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ଏହି ବିଶୋଧନମ ପ୍ରକ୍ରିୟା କରାଯାଇଛି । ବିଶେଷ କରି ସ୍ଥାନୀୟ ମେଡ଼ିକାଲ, ମାର୍କେଟ କମ୍ପ୍ଲେକ୍ସ , ଗ୍ରାମର ପ୍ରତ୍ୟେକ ଘର ଓ ରାସ୍ତାକୁ ସୋଡିଅମ କ୍ଲୋରାଇଡ଼ ନାମକ ଏକ କେମିକାଲ ସିଞ୍ଚନ କରାଯାଇ ବିଶୋଧନ କରାଯାଇଛି । ସେହିପରି ଉକ୍ତ ଗ୍ରାମକୁ ଖୋଦ ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁ ସ୍କୁଲରେ ଏକ ଆଇସୋଲେସନ ସେଣ୍ଟର କରାଯାଇଛି। କୋରୋନା ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯିବ । ସେହିପରି ପ୍ରତ୍ୟେକ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ହେବ । ସିଲ ହୋଇଥିବା ଅଞ୍ଚଳର ଲୋକ ଯେମିତି କେହି ଘରୁ ବାହାରିବେ ନାହିଁ ସେ ନଜର ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।

କୋରୋନା ରୋଗୀ ଚିହ୍ନଟ ପରେ ପିପିଲି ଦାନଗହୀରି ଗ୍ରାମ ସ୍ଥିତି ସମୀକ୍ଷା

ସେହିପରି ସାମାଜିକ ଦୂରତା ରକ୍ଷା ସହ ଭୟଭୀତ ନ ହେବାକୁ ସଚେତନ କରାଯାଉଛି । ଅନ୍ୟପଟେ ପିପିଲି ଟୋଲ ଗେଟକୁ ସମ୍ପୂର୍ଣ୍ଣ ସିଲ କରାଯିବା ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲାକୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । କେଵଳ ମେଡ଼ିକାଲ ସମ୍ବନ୍ଧୀୟ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଛଡା ଯିବାର ବନ୍ଦୋବସ୍ତ ରହିଛି । ପୁରୀ ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭି ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଘଟଣାକୁ ଗମ୍ଭୀର ଭାବେ ନେଇ ବିଭିନ୍ନ ଦିଗରୁ ପଦକ୍ଷେପ ଗ୍ରହଣ କରିଛି । ସେପଟେ ଲକଡାଉନ ସମୟରେ ଘରେ ରହିବା ସହ ସାମାଜିକ ଦୂରତ୍ବ ରଖିବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ପୁରୀ ଉପଜିଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.