ETV Bharat / state

ପିପିଲି ଉପନିର୍ବାଚନ; ଭୋଟ ଗଣତି ତାଲିମ ଅନୁଷ୍ଠିତ - ପିପିଲି ଉପନିର୍ବାଚନ

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ
author img

By

Published : Sep 24, 2021, 10:01 PM IST

ପୁରୀ: ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

୩୦ ତାରିଖରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ ତାରିଖରେ ଭୋଟଗଣତି କରାଯିବ । ଆଜି ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଛନ୍ତି । ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବଲ ଏବଂ ଅନ୍ୟ ଗୋଟିଏ ଟେବଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଗଣତି ସମ୍ବନ୍ଧିୟ ସମସ୍ତ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ପିପିଲି ଓ ଡେଲାଙ୍ଗରେ ଥିବା ବୁଥ ଅଭିମୁଖେ ଯାତ୍ରା କରିବେ । ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେୟାର ହାଉସ୍ ଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି ।

ପିପିଲି ଉପନିର୍ବାଚନ

ଆସନ୍ତା ୩୦ ତାରିଖରେ ପୋଲିଂ ଦଳ ଆସିବା ପରେ ଇଭିଏମ୍ ଗୁଡିକୁ ସୁରକ୍ଷିତ ଭାବେ ରଖାଯିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଅବସରରେ ସାଧରାଣ ପର୍ଯ୍ୟବେକ୍ଷକ ଏମ୍ ବୀରବ୍ରହ୍ମୟା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୁଭାଷନାଥ ଶର୍ମା, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.