ETV Bharat / state

ପିପିଲି ଉପନିର୍ବାଚନ ଫଳାଫଳ: ରବିବାର ସକାଳ ୮ଟାରୁ ଗଣତି - tomorrow pipili voting counting

ଆସନ୍ତାକାଲି (ରବିବାର) ପିପିଲି ଉପନିର୍ବାଚନ ଫଳ । ତ୍ରି-ସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହେବାକୁ ଥିବାବେଳେ ୬୨ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ତ୍ରି-ସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି

author img

By

Published : Oct 2, 2021, 3:26 PM IST

Updated : Oct 2, 2021, 4:26 PM IST

ଭୁବନେଶ୍ବର: ଆସନ୍ତାକାଲି(ରବିବାର) ପିପିଲି ଉପନିର୍ବାଚନ ଫଳ । ଭୋଟ ଗଣତି ଲାଗି ପ୍ରକ୍ରିୟା ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତ୍ରି-ସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହେବାକୁ ଥିବାବେଳେ ୬୨ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ତ୍ରି-ସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୮ଟାରୁ ଗଣତି ହେବ । ପ୍ରଥମେ ୮ଟାରୁ ପୋଷ୍ଟାଲ ବାଲଟ କାଉଣ୍ଟିଙ୍ଗ ହେବ । ସକାଳ ୮.୩୦ ସମୟରେ ଇଭିଏମ ଗଣତି ହେବ । ଦୁଇଟି କାଉଣ୍ଟର କରାଯିବା ସହ ୩ଟି ହଲରେ ହେବ ଗଣତି । ୨ଟିରେ ଇଭିଏମ ଓ ଗୋଟିଏରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ । ମୋଟ ୧୪ ଟି ଟେବୁଲରେ ହେବ ଗଣତି । ଗୋଟିଏ ହଲରେ ରହିବ ୭ଟି ଟେବୁଲ । ମୋଟ 62 ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କାଉଣ୍ଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନିଂ କରାଯିବ, ଲୋକମାନେ ଦେଖାପାରିବେ । ରାଉଣ୍ଡ ୱାଇଜ ରେଜଲ୍ଟ ପ୍ରକାଶ କରାଯିବ ।

ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ ସେମାନେ ଡବଲ ଡୋଜ ଟୀକା ନେଇଥିବେ । ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ । କାଉଣ୍ଟିଙ୍ଗ ରେଜଲ୍ଟ କ୍ୟାମେରା କ୍ୟାପଚର କରାଯାଇ ପ୍ରଦର୍ଶନ କରାଯିବ । କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭିଭିପ୍ୟାଟ ଓ ଇଭିଏମ ରେଜଲ୍ଟ ମ୍ୟାଚ କରାଯିବ । କାଉଣ୍ଟିଙ୍ଗ ସେଣ୍ଟରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 2, 2021, 4:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.