ETV Bharat / state

କମ୍ପୁଛି ପିପିଲି, 3 ଦଳର ହେଭିଓ୍ବେଟଙ୍କ ଜୋରଦାର ପ୍ରଚାର - ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ଦଳର ହେଭିଓ୍ଵେଟ ନେତା ପିପିଲିରେ ପ୍ରଚାର କାର୍ଯ୍ୟ କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । ଅଧିକ ପଢନ୍ତୁ...

ପିପିଲିରେ ପ୍ରଚାର ଅଭିଯାନରେ ତୁଙ୍ଗ ନେତା ସାମିଲ

author img

By

Published : Apr 8, 2021, 10:47 PM IST

ପୁରୀ: ପିପିଲି ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ଦଳର ହେଭିଓ୍ଵେଟ ନେତା ପିପିଲିରେ ପ୍ରଚାର କାର୍ଯ୍ୟ କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ନେତା ସୁରେଶ ରାଉତରାୟ ପିପିଲି ମଙ୍ଗଳପୁର, ଦୁର୍ଗାଦାସପୁର, ଚନ୍ଦ୍ରାଦେଇପୁର ଅ।ଦି ପଞ୍ଚାୟତରେ ଅଜିତ ମଙ୍ଗରାଜଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକଙ୍କ ସମେତ ପ୍ରଚାର ତାଲିକାରେ ଥିବା ଷ୍ଟାର ପ୍ରଚାରକ ମହମ୍ମଦ ମୋକିମ, ପ୍ରଦୀପ ମାଝି ପିପିଲିରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ ପିପିଲିରେ ପ୍ରଚାର କରିଥିଲେ ।

ପିପିଲିରେ ପ୍ରଚାର ଅଭିଯାନରେ ତୁଙ୍ଗ ନେତା ସାମିଲ

ବିଜେପି ସରକାର ଦରଦାମରେ ନିୟନ୍ତ୍ରଣ କରିବାରେ ବିଫଳ ସହ ଯୁବକଙ୍କୁ ନିଯୁକ୍ତି ଦେଇ ପାରିନାହିଁ । ସେହିପରି ବିଜେଡି କଳା ଟଙ୍କା ପିପିଲି ନିର୍ବାଚନ ଜିତିବା ପାଇଁ ପ୍ରୟାସ କରୁଥିବା ବେଳେ ସ୍ୱାଭିମାନି ପିପିଲିବାସୀ ଶାସକ ଦଳ ପିପିଲି ପ୍ରତି ଅବହେଳା ଦୃଢ଼ ଜବାବ ଏହି ଉପ ନିର୍ବାଚନରେ ଦେବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି ।

ସେପଟେ ପିପିଲିକୁ ପୁନର୍ଵାର ଦଖଲ କରିବା ପ।ଇଁ ବିଜେଡି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ଆଜି (ଗୁରୁବାର) ବାଇକ ରାଲି ଓ ଡୋର ଟୁ ଡୋର ବୁଲି ରୁଦ୍ର ଡେଲାଙ୍ଗରେ ହରିରାଜପୁର, ଗୋଡିପୁଟ, ମାଟିଅ।ପଡା, ଚାଇଁପୁର, ରେଙ୍ଗଳରେ ପ୍ରଚାର କରିଥିବା ବେଳେ ମହିଳା ନେତ୍ରୀ ପିପିଲି କଲ୍ୟାଣପୁରେ ମହିଳା ସମାବେଶ କରି ବିଜେଡିକୁ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ ।

ସେହିପରି ବିଜେପି ପ୍ରଭାରୀ ଡି.ପୁରନ୍ଦେସ୍ଵରୀ ପିପିଲି ହରିଅନ୍ତା , ଗୋବିନ୍ଦପୁର, ପୋପରଙ୍ଗାରେ ବିଜେପି ପ୍ରାର୍ଥୀ ଅ।ଶ୍ରିତଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ପିପିଲି ଏନଏଏସି ରେ ମହିଳା ମାନଙ୍କୁ ନେଇ ଏକ ସଭା ଆୟୋଜନ କରି ଭୋଟ ଭିକ୍ଷା କରିଥିଲେ । ସେପଟେ ବିଜେପି ପିପିଲି ଉପନିର୍ଵାଚନରେ ପିପିଲି ଦଖଲ କରିବ ବୋଲି ବିଜେପି କହିଥିବା ବେଳେ ପିପିଲିରେ ଶାସକ ବିଜେଡି ବହୁମତ ହାସଲ କରି ନିର୍ଵାଚନ ଜିତିବ ବୋଲି ବିଜେଡି କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.