ETV Bharat / state

ପିପିଲି ଦାଣ୍ଡମୁକୁନ୍ଦପୁର କଣ୍ଟେନମେଣ୍ଟ ଜୋନ ଘୋଷଣା - Pipili block Dandamukunda village Declared As Containment Zone

ଜଣେ ବ୍ୟକ୍ତି କୋରୋନା ପଜେଟିଭି ଚିହ୍ନଟ ପରେ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟେନମେଣ୍ଟ ଯୋନ ଘୋଷଣା ହୋଇଛି । ସେପଟେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କୋରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ..

ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟେନମେଣ୍ଟ ଯୋନ ଘୋଷଣା

author img

By

Published : Jul 13, 2020, 8:44 PM IST

ପୁରୀ: ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଜଣେ କୋରୋନା ରିପୋର୍ଟ ପଜେଟିଭ ଚିହ୍ନଟ ପରେ ସେହି ଅଞ୍ଚଳକୁ ପ୍ରଶାସନ ସିଲ କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟେନମେଣ୍ଟ ଯୋନ ଘୋଷଣା

କଣ୍ଟେନମେଣ୍ଟ ଅଞ୍ଚଳର ଲୋକ କେହି ଘରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଅନ୍ୟପଟେ ପୁରୀ ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବଲବନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କୋରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ମହାମାରୀ ମୁକାବିଲା ଆଲୋଚନା

ବାଙ୍ଗୁରୀ ଗାଁ, କାକଟପୁର, ନିମାପଡା, କୋଣାର୍କସ୍ଥିତ କୋଭିଡ ଯତ୍ନ କେନ୍ଦ୍ର ଏବଂ ବାଙ୍ଗୁରୀ ଗାଁ, ଚାରିଛକ, ନିମାପଡା ଓ ଗୋପ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ ମହାମାରୀ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବିଡିଓ, ନିର୍ବାହୀ ଅଧିକାରୀ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଡିପିଏମ୍ ଟି. ନାରାୟଣ ରାଓ ପ୍ରମୁଖ ସାମିଲ ଥିଲେ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.