ETV Bharat / state

ପିପିଲି ଉପନିର୍ବାଚନ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା - ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଜନସ୍ବାର୍ଥ

ପିପିଲି ଉପନିର୍ବାଚନକୁ ନେଇ ହାଇକୋର୍ଟରେ ଦାୟର ହେଲା ମାମଲା । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Mar 10, 2021, 6:42 PM IST

Updated : Mar 10, 2021, 11:02 PM IST

କଟକ: ପିପିଲି ଉପ ନିର୍ବାଚନକୁ ନେଇ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ଉପନିର୍ବାଚନ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ପାଇଁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି । ସର୍ବେଶ୍ବର ବେଉରା ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ସୂଚନା ରହିଛି । ଏଥିରେ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

ରିପ୍ରେଜେଣ୍ଟସନ ଅଫ ପିପୁଲସ ଆକ୍ଟ ୧୯୫୧ ଧାରା ୧୫୧ ଏ ଅନୁଯାୟୀ କୌଣସି ନିର୍ବାଚନ ମଣ୍ଡଳୀରେ ଆସନ ଖାଲି ହେଲେ ୬ ମାସ ମଧ୍ୟରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆୟୋଗ ନିର୍ବାଚନ କରାଇବାର ନିୟମ ରହିଛି। ପିପିଲି ନିର୍ବାଚନ ମଣ୍ଡଳୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଗତ ଅକ୍ଟୋବର ୪ ତାରିଖ ଠାରୁ ଖାଲି ରହିଛି। ଇତିମଧ୍ୟରେ ୫ ମାସ ଅତିକ୍ରାନ୍ତ ହୋଇ ସାରିଲାଣି। କିନ୍ତୁ ନିର୍ବାଚନ ଆୟୋଗ ସେହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଇବାକୁ କୌଣସି ପ୍ରସ୍ତୁତି କରି ନାହାନ୍ତି। ତେଣୁ ଓଡ଼ିଶା ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ପିପିଲିରେ ତୁରନ୍ତ ନିର୍ବାଚନ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି ଆବେଦନ କାରୀ। ଆବେଦନ କାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ହାଇକୋର୍ଟରେ ଏହି ମକଦ୍ଦମା ଦାୟର କରିଛନ୍ତି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉକ୍ତ ଆସନ ଖାଲି ପଡିଛି । ତେବେ ଏହି ଆସନ ପାଇଁ ନିର୍ବାଚନ କରାଇବା ନେଇ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଭାରତୀୟ ନିର୍ବାଚନ କମିଶନ । ତେବେ ଉକ୍ତ ବିଧାନସଭା ଆସନ ପାଇଁ ଖୁବଶୀଘ୍ର ନିର୍ବାଚନ ବିଜ୍ଞାପ୍ତି ପ୍ରକାଶ କରିବା ପାଇଁ ହାଇକୋର୍ଟରେ ମାମଲା ପହଞ୍ଚିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 10, 2021, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.