ETV Bharat / state

ଜ୍ବରରୁ ମିଳିବ ଉପଶମ, ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ - ଜଗନ୍ନାଥଙ୍କୁ ଫୁଲୁରୀ ତେଲ

ଆଜି ମହାପ୍ରଭୁଙ୍କ ଅଣସର ପଞ୍ଚମୀ ନୀତି । ଜ୍ୱରରେ ପୀଡିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ । ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ । ଅଧିକ ପଢନ୍ତୁ

phuluri tela lagi ritual will held in shreemandir
ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ
author img

By

Published : Jun 19, 2022, 1:03 PM IST

Updated : Jun 19, 2022, 1:35 PM IST

ପୁରୀ: ଆଜି ମହାପ୍ରଭୁଙ୍କ ଅଣସର ପଞ୍ଚମୀ ନୀତି । ଜ୍ୱରରେ ପୀଡିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ । ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ। ସ୍ନାନ ପୂର୍ଣ୍ଣିମାରେ 108 କଳସ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଅଛନ୍ତି ଚତୁର୍ଦ୍ଧା ମୁର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଆଜି ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଚିକିତ୍ସା କରାଯାଉଥିବାବେଳେ ଆଜି ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି।

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ । ଆଜି ମଧ୍ଯାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟିହାଣ୍ଡି ଫୁଲୁରୀ ତେଲ ଆସି ଗାରଦରେ ରଖାଯାଏ । ରାତିରେ ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥାଏ । ଫଳରେ ଆଜି ଠାରୁ ଧିରେଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ। ଗତବର୍ଷ ହେରାପଞ୍ଚମୀ ଦିନ ବଡଓଡିଆ ମଠରୁ ଛଅସେର ଖାଣ୍ଟି ରାଶିତେଲ ଆସିଥାଏ । ଗୋଟିଏ ଘଡିରେ କେତକି, ହେନା, ଜୁଇ,ମଲ୍ଲି ଆଦି ଅନେକ ସୁଗନ୍ଧିତ ପୁଷ୍ପ ପକାଇ ଦିଆଯାଇ ପୋତି ଦିଆଯାଏ । ଗତକାଲି ପୋତା ହୋଇଥିବା ଘଡିକୁ କାଢି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା । ସେହି ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ଯବହାର କରାଯାଇଥାଏ।

Last Updated : Jun 19, 2022, 1:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.