ETV Bharat / state

ଜଗାକୁ ଜ୍ବର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ

author img

By

Published : Jun 9, 2023, 9:48 AM IST

Updated : Jun 9, 2023, 12:13 PM IST

ବଡ ଓଡିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଆସିଲା ଫୁଲୁରି ତେଲ । ଶ୍ରୀଅଙ୍ଗରେ ଲାଗି ହେବା ପରେ ଜ୍ବରରୁ ଉପଶମ ପାଇବେ ମହାପ୍ରଭୁ । ଅଧିକ ପଢନ୍ତୁ

phuluri oil treatment ritual of lord jagannath
ଆଜି ଲାଗି ହେବ ଫୁଲୁରି ତେଲ

ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
phuluri oil treatment ritual of lord jagannath

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ଵରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ । ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି । ଜ୍ବରରେ କମ୍ପୁଥିବା ତିନିଠାକୁରଙ୍କ ଉପଶମ ପାଇଁ ଆଜି ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ । ଏହାପରେ ଧିରେ ଧିରେ ସୁସ୍ଥ ହେବେ ତିନି ଠାକୁର ।

ପରମ୍ପରା ଅନୁଯାୟୀ ଆଜି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହେବ । ପରେ ଶ୍ରୀଜିଉ ଧୀରେ ଧୀରେ ଜ୍ବରରୁ ସୁସ୍ଥ ହେବେ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଛି । ଆଜି ଏହା ଶ୍ରୀମନ୍ଦିରକୁ ବିଜେ କରିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ । ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିବେ । ଶ୍ରୀଜିଉଙ୍କ ପାଇଁ ତିନୋଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯିବ । ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଧନର ଏହି ପରମ୍ପରା ରହି ଆସିଛି ।

ମହାପ୍ରଭୁଙ୍କୁ ଲାଗି ହେଉଥିବା ଫୁଲୁରି‌ ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ତିନି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରାଯାଇଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବାପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥାନ୍ତି । ଯାହା ଆଜି ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି । ଘଣାପେଡା ରାଶି ତେଲରେ 14 ପ୍ରକାର ଫୁଲ, 7 ପ୍ରକାର ଔଷଧୀୟ ଚେରମୂଳୀ ଏବଂ ସୁବାସିତ ଦ୍ରବ୍ୟ ପକାଇ ପ୍ରସ୍ତୁତ କରାଯାଇଥାଏ ।

ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ । ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ । ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ଗାରଦରେ ଦାଖଲ ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି ଫୁଲୁରି ତେଲ ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଇଟିଭି ଭାରତ, ପୁରୀ

Last Updated : Jun 9, 2023, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.