ETV Bharat / state

ଇଟିଭି ଭାରତ ଲେନ୍ସରେ 10 ଟଙ୍କାରେ ମୋବାଇଲ ଚାର୍ଜର ଦୃଶ୍ୟ - ପୁରୀ

ପ୍ରବଳ ପବନ ଓ ବର୍ଷା ବଳରେ ଧୋଇ ହୋଇଯାଇଛି ଅନେକ ସମ୍ପତ୍ତି । ବର୍ତ୍ତମାନ ସମୟରେ ମୋବାଇଲ ଓ ବିଦ୍ୟୁତ ଉପରେ ମାତ୍ରାଧିକ ନିର୍ଭର କରୁଥିବା ଲୋକେ ଏବେ ଏସମସ୍ତ ସୁବିଧାରୁ ବଞ୍ଚିତ ହୋଇ ଡହଳବିକଳ ହେଲେଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 6, 2019, 3:24 PM IST

ପୁରୀ: ପ୍ରବଳ ପବନ ଓ ବର୍ଷା ବଳରେ ଧୋଇ ହୋଇଯାଇଛି ଅନେକ ସମ୍ପତ୍ତି । ବାତ୍ୟା ‘ଫନି’ର ତାଣ୍ଡବ ଲୀଳା ଥମିଯାଇଛି ନିଶ୍ଚୟ ହେଲେ ଛାଡିଯାଇଛି ଅନେକ ଅକୁହା ଦୁଃଖ । ବର୍ତ୍ତମାନ ସମୟରେ ମୋବାଇଲ ଓ ବିଦ୍ୟୁତ ଉପରେ ମାତ୍ରାଧିକ ନିର୍ଭର କରୁଥିବା ଲୋକେ ଏବେ ଏସମସ୍ତ ସୁବିଧାରୁ ବଞ୍ଚିତ ହୋଇ ଡହଳବିକଳ ହେଲେଣି । ଏପରି କିଛି ଦୃଶ୍ୟକୁ କଏଦ କରିଛି ଇଟିଭି ଭାରତ ଲେନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏ ଦୃଶ୍ୟ ହେଉଛି ପୁରୀର ବିଭିନ୍ନ ବାତ୍ୟା ପ୍ରଭାବିତ ଗାଁର । ଯେଉଁଠାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା ପରେ ମୋବାଇଲ ଚାର୍ଜ କରିବା ପାଲଟିଛି ଏକ ମୁଖ୍ୟ ଚିନ୍ତା । ମୋବାଇଲ ଉପରେ ବର୍ତ୍ତମାନ ଜୀବନ ଏକପ୍ରକାର ନିର୍ଭରଶୀଳ ହେବାକୁ ଲାଗିଥିବାବେଳେ ଏହି ଫୋନକୁ ଚାର୍ଜ କରିବା ପାଇଁ 3-4 କିଲୋମିଟର ଦୂର ଯାଇ ଘଣ୍ଟା ଘଣ୍ଟା ଲାଇନରେ ଅପେକ୍ଷା କରୁଛନ୍ତି ଲୋକେ ।

ତେବେ ଏହି କଷ୍ଟ ପାଇଁ ଲୋକଙ୍କୁ ମୋବାଇଲ ପିଚ୍ଛା 10 ଟଙ୍କା ଲେଖାଏଁ ଦେବାକୁ ପଡୁଛି । ଯାହା ଲୋକଙ୍କୁ ସବୁଠାରୁ ଅଧିକ ଦୁଃଖିତ କରିଛି । କିନ୍ତୁ ବାତ୍ୟାର ବିଧ୍ବଂସକାରୀ ଲୀଳା ପରେ ଏବେ ଉପାୟଶୂନ୍ୟ ହୋଇଯାଇଛନ୍ତି । ଗୋଟିଏ ପଟେ ବିଦ୍ୟୁତ ସେବା ଠପ୍‌ ହେବାରୁ ଏଟିଏମ୍‌ କାମ କରୁନାହିଁ ଏବଂ ବ୍ୟାଙ୍କରୁ ମଧ୍ୟ ସେପରି କିଛି ଉପକାର ମିଳିପାରୁ ନାହିଁ । ତେଣୁ ଉପାୟଶୂନ୍ୟ ହୋଇ ଏବେ ଭିକ ମାଗିବା ଭଳି ପରିସ୍ଥିତିକୁ ଆସିଯାଇଥିବା ପ୍ରକାଶ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.